୫ ଇ ଶିକ୍ଷାଦାନ ପଦ୍ଧତି ପୁସ୍ତକ ଲୋକାର୍ପିତ
ଜୟପୁର, ୧୦ ଡିସେମ୍ବର (ହି.ସ.) - ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ମାନବୀୟ ଅଧ୍ୟୟନ ମହଲାର ତୃତୀୟ ସଭାଗୃହରେ ଅନୁଷ୍ଠିତ ଏକ ଶୈଖିକ ପରିବେଶରେ ୫ ଇ ଶିକ୍ଷାଦାନ ପଦ୍ଧତି ପୁସ୍ତକ ଲୋକାର୍ପିତ ହୋଇଯାଇଛି। ବିଶ୍ୱ ବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ତଥା ସହକାରୀ ପ୍ରଫେସର ଡ ମନୋରଞ୍ଜନ ପ୍
୫ ଇ ଶିକ୍ଷାଦାନ ପଦ୍ଧତି ପୁସ୍ତକ ଲୋକାର୍ପିତ


ଜୟପୁର, ୧୦ ଡିସେମ୍ବର (ହି.ସ.) - ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ମାନବୀୟ ଅଧ୍ୟୟନ ମହଲାର ତୃତୀୟ ସଭାଗୃହରେ ଅନୁଷ୍ଠିତ ଏକ ଶୈଖିକ ପରିବେଶରେ ୫ ଇ ଶିକ୍ଷାଦାନ ପଦ୍ଧତି ପୁସ୍ତକ ଲୋକାର୍ପିତ ହୋଇଯାଇଛି। ବିଶ୍ୱ ବିଦ୍ୟାଳୟର ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ତଥା ସହକାରୀ ପ୍ରଫେସର ଡ ମନୋରଞ୍ଜନ ପ୍ରଧାନ ଓ ସହକାରୀ ପ୍ରଫେସର ଶ୍ରୀ ଲୋକେଶ ପ୍ରଧାନଙ୍କ ମିଳିତ ଉଦ୍ୟମରେ ଲିଖିତ ୨୮୦ ପୃଷ୍ଠା ବିଶିଷ୍ଟ ଉପାଦେୟ ଗବେଷଣା ପୁସ୍ତକଟି ବିଶ୍ୱବିଦ୍ୟାଳୟର କୁଳସଚିବ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଓ ସ୍ନାତକୋତର ପରିଷଦର ଅଧ୍ୟକ୍ଷ ଡ ପ୍ରଶାନ୍ତ କୁମାର ପାତ୍ରଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିଲା। କୁଳସଚିବ, ସ୍ନାତକୋର ପରିଷଦର ଅଧ୍ୟକ୍ଷଙ୍କ ସହ ସହକାରୀ ପ୍ରଫେସର ଡ ନରେନ୍ଦ୍ର କୁମାର ମହାରଣା ଓ ଦୁଇ ଲେଖକ ମଂଚାସୀନ ଥିଲେ। ସହ ଲେଖକ ଲୋକେଶ ପ୍ରଧାନ ପୁସ୍ତକ ସମ୍ବନ୍ଧରେ ସମ୍ୟକ ସୂଚନା ପ୍ରଧାନ କରିଥିବା ବେଳେ ଡ଼ ପ୍ରଧାନ ପୁସ୍ତକ ସମ୍ବନ୍ଧରେ ବ୍ୟାପକ ଆଲୋଚନା କରି ପୁସ୍ତକଟି କିଭଳି ଗୁଣାତ୍ମକ ଶିକ୍ଷାଦାନ ପାଇଁ ଉପଯୋଗୀ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି କୁଳସଚିବ ଶ୍ରୀ ନାୟକ ଉଭୟ ଲେଖକଙ୍କୁ ଶୁଭେଚ୍ଛା ଜଣେଇବା ସହ ବିଶ୍ୱବିଦ୍ୟାଳୟ ପାଇଁ ଏକ ଖୁସିର ଦିନ ଏବଂ ପୁସ୍ତକ ମାଧ୍ୟମରେ ବିଶ୍ୱବିଦ୍ୟାଳୟକୁ ସାରା ଦେଶ ଜାଣିବ ବୋଲି ମତବ୍ୟକ୍ତ କରିଥିଲେ। ଡ଼ ପାତ୍ର ସମ୍ମାନିତ ଅତିଥି ଭାବେ କହିଥିଲେ ପୁସ୍ତକ ରଚନା ସହଜ କାମ ନୁହେଁ କିନ୍ତୁ ବହୁମୂଲ୍ୟ ସମୟ ଓ ଶ୍ରମ ଦେଇ ପାଠକଙ୍କ ପାଖରେ ବହିଟିଏ ପରସି ଦେବା ଏବଂ ଲୋକାର୍ପଣ ଉତ୍ସବରେ ନିଜେ ଉପସ୍ଥିତ ରହିବା ନିଜ ପାଇଁ ଅତି ଗୌରବର ମୁହୁର୍ତ ବୋଲି କହିବା ସହ ଆଗାମୀ ସଂସ୍କରଣରେ ପୁସ୍ତକଟିକୁ ରଙ୍ଗୀନ ମୁଦ୍ରଣ ପାଇଁ ଆହ୍ୱାନ ଦେଇଥିଲେ। ସୂଚନାଯୋଗ୍ୟ ଯୋଗ୍ୟକି ଶିକ୍ଷା ସ୍ନାତକ, ଶିକ୍ଷା ସ୍ନାତକୋତର, ଶିକ୍ଷା ସମ୍ମାନ , ଶିକ୍ଷା ସ୍ନାତକୋତର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ଏହି ପୁସ୍ତକଟିରେ ଦଶଟି ବିଭାଗ ରହିଛି। ୫ ଇ ଶିକ୍ଷାଦାନ ପଦ୍ଧତିର ତାତ୍ୱିକ ଓ ପ୍ରୟୋଗାତ୍ମକ ଆଲୋଚନା ସହ ଉଭୟ ଭୌତିକ ବିଜ୍ଞାନ ଓ ରସାୟନ ବିଜ୍ଞାନ, ଇଂରାଜୀ ଓ ଓଡ଼ିଆ ଭାଷା ସହ ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ ଓ ଅର୍ଥନୀତି ଶିକ୍ଷାଦାନର ପ୍ରାସଙ୍ଗିକତା, ଶିକ୍ଷା ଦାନ ପଦ୍ଧତି ଏବଂ ଗୋଟିଏ ଦୁଇଟି ଲେଖାଏଁ ନମୁନା ପାଠ୍ୟ ଯୋଜନା ପୁସ୍ତକରେ ସ୍ଥାନ ପାଇଛି। ବିଭାଗର ଗୁରୁ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଶ୍ରେଣୀ ପ୍ରକୋଷ୍ଠ ରେ କରାଯାଇଥିବା ୫ ଇ ଶିକ୍ଷାଦାନ ସମ୍ବନ୍ଧୀୟ ୬୦ରୁ ଉର୍ଦ୍ଧ୍ୱ ଅଭିନବ ଶିକ୍ଷଣ କାର୍ଯ୍ୟ ପୁସ୍ତକରେ ସ୍ଥାନ ପାଇଛି। ପାଠ୍ୟାର୍ପଣ ଉତ୍ସବରେ ସହକାରୀ ପ୍ରାଧ୍ୟାପିକା କସ୍ତୁରୀ ଆଚାର୍ଯ୍ୟ, ଅନୀତା ପଟ୍ଟନାୟକ, ଅନୁପମା ମିଶ୍ର, ପରିଚିତା ମହାପାତ୍ର, ସୁଜାତା ବେଜ ସହ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ବନ୍ଦନା ମହାରଣା, ଶୁଭଶ୍ରୀ ପଟ୍ଟନାୟକ, ଅଧ୍ୟାପକ ସତ୍ୟନାରାୟଣଙ୍କ ସହ ବିଭାଗର ଗୁରୁ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ। ପୁସ୍ତକଟି ଅନ୍ ଲାଇନରେ ଉପଲବ୍ଧ ସହ କିତାବ ମହଲ, ଏ କେ ମିଶ୍ର ଏଜେନ୍ସି ଭଳି ଅଗ୍ରଣୀ ପୁସ୍ତକ ଭଣ୍ଡାରରେ ମିଳିପାରିବ ବୋଲି ଲେଖକ ଦ୍ୱୟ ମତବ୍ୟକ୍ତ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande