ଧରଣୀଧର ବିଶ୍ୱବିଦ୍ୟାଳୟରେ ମାନବାଧିକାର ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର, ୧୦ ଡିସେମ୍ବର (ହି.ସ.) - ଧରଣୀଧର ବିଶ୍ୱବିଦ୍ୟାଳୟରେ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ସହଯୋଗରେ ବିଶ୍ୱ ମାନବାଧିକାର ଦିବସ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନାର(ଏନ୍‌ଏସ୍‌ଏସ୍‌) ପ୍ରୋଗ୍ରାମ ଅଫିସର ଶ୍ରୀ ଦିନେଶ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ କ୍ଷ ଶ୍ରୀଯୁକ୍ତ ଅକ୍ଷୟ
ଧରଣୀଧର ବିଶ୍ୱବିଦ୍ୟାଳୟରେ ମାନବାଧିକାର ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ


କେନ୍ଦୁଝର, ୧୦ ଡିସେମ୍ବର (ହି.ସ.) - ଧରଣୀଧର ବିଶ୍ୱବିଦ୍ୟାଳୟରେ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ସହଯୋଗରେ ବିଶ୍ୱ ମାନବାଧିକାର ଦିବସ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନାର(ଏନ୍‌ଏସ୍‌ଏସ୍‌) ପ୍ରୋଗ୍ରାମ ଅଫିସର ଶ୍ରୀ ଦିନେଶ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ କ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ଚକ୍ର ସଭାପତିତ୍ୱ ଗ୍ରହଣ କରିଥିଲେ ଏବଂ ମାନବ ଅଧିକାର ଓ ଏହାର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଆଡଭୋକେଟ ଅର୍ଚ୍ଚନା ଦାସ କ୍ଟ୍ରକ୍ଟଗ୍ଦଷ ଇଉଞ ୨୦୧୩ ବିଷୟରେ ଆଲୋକପାତ କରିଥିଲେ । ଶିଶୁ ନ୍ୟାୟ ବୋର୍ଡ ର ସଦସ୍ୟ ଶ୍ରୀ ମାନସ ପଣ୍ଡା ଶିଶୁ ସୁରକ୍ଷା ଏବଂ ଅଧିକାର ବିଷୟରେ ଆଲୋଚନା କରିଥିଲେ । କେନ୍ଦୁଝର ଟାଉନ ପୋଲିସ ଷ୍ଟେସନର ଉପନିରୀକ୍ଷକ ପୂର୍ଣାମୟୀ ସେଠୀ ନାରୀ ନିର୍ଯ୍ୟାତନା ଓ ସୁରକ୍ଷା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଲୋକ ଅଦାଲତର ଅବସର ପ୍ରାପ୍ତ ବିଚାରପତି ଇ. ବିଘ୍ନେଶ୍ୱର ରାଓ ମାନବାଧିକାର ର ଉତ୍ପତି ଓ ଗୁରୁତ୍ୱ ଉପରେ ବିଶଦ ଆଲୋଚନା କରିଥଲେ । କେନ୍ଦୁଝର ଜିଲ୍ଲାର ପୋଲିସ ଉପ-ଅଧିକ୍ଷକ ପୋସ୍କ ନିୟମ ଉପରେ ସଚେତନ କରାଇଥିଲେ। ଜିଲ୍ଲା ବରିଷ୍ଠ ବିଚାରପତି ଶ୍ରୀମତୀ ସସ୍ମିତା ନନ୍ଦିନୀ ତ୍ରିପାଠୀ ବିଭିନ୍ନ ପ୍ରକାର ମାନବିକ ଅଧିକାର , ମୌଳିକ ଅଧିକାର ଏବଂ କର୍ତବ୍ୟ ପ୍ରତି ସଚେତନ କରିଥିଲେ । ବିଶ୍ୱବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ଶୁଭଶ୍ରୀ ସାହୁ ଓ ଓମ୍ ମୟୀ ମହାନ୍ତ ମାନବାଧିକାର ବିଷୟରେ ନିଜର ମତ ଅଭିବ୍ୟକ୍ତ କରିଥିଲେ। ସମାଜ ବିଜ୍ଞାନର ବିଭାଗର ବିଭାଗୀୟ ମୁଖ୍ୟ ସୁଶ୍ରୀ ସଙ୍ଗୀତା ନାଏକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପିକା ସ୍ନେହଲତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande