୧୫ ଫୁଟ ତଳକୁ ଖସିଲା କାର
ଧର୍ମଶାଳା,୧୦ ଡିସେମ୍ବର(ହି.ସ.) - ମଙ୍ଗଳବାର ବିଳମ୍ବିତ ରାତିରେ ଯାଜପୁର ଜିଲା ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ଗୋଲେଇ ଛକ ନିକଟରେ ୧୫ଫୁଟ ତଳକୁ ଖସି ଗଲା କାର । ତେବେ ଗାଡି ଭିତରେ କିଏ ଥିଲା କି ନାହିଁ ତାହାକୁ ନେଇ ସନ୍ଦେହ ହୋଇଛି । ଆଜି ସକାଳ ସମୟରେ ଏକ ନାଲି ରଙ୍ଗର କାର ରାସ୍ତା ତଳକୁ ଖସି ପଡ
୧୫ ଫୁଟ ତଳକୁ ଖସିଲା କାର


ଧର୍ମଶାଳା,୧୦ ଡିସେମ୍ବର(ହି.ସ.) - ମଙ୍ଗଳବାର ବିଳମ୍ବିତ ରାତିରେ ଯାଜପୁର ଜିଲା ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ଗୋଲେଇ ଛକ ନିକଟରେ ୧୫ଫୁଟ ତଳକୁ ଖସି ଗଲା କାର । ତେବେ ଗାଡି ଭିତରେ କିଏ ଥିଲା କି ନାହିଁ ତାହାକୁ ନେଇ ସନ୍ଦେହ ହୋଇଛି । ଆଜି ସକାଳ ସମୟରେ ଏକ ନାଲି ରଙ୍ଗର କାର ରାସ୍ତା ତଳକୁ ଖସି ପଡି ଥିବା ଦେଖିବାକୁ ମିଳିଥିଲା । ତେବେ ଗାଡି ଭିତରେ ଥିବା ଚାଳକ କୁଆଡେ ଗଲେ ତାହାକୁ ନେଇ ସନ୍ଦେହ ହୋଇଛି । ରିପୋର୍ଟ ଲେଖା ହେବା ଯାଏ ଗାଡି ଚାଳକ କିମ୍ବା ମାଲିକର ପରିଚୟ ମିଳି ପାରି ନାହିଁ । ଗାଡିଟି କେଉଁ କାରଣରୁ କେଉଁ ପରିସ୍ଥିରେ ରାସ୍ତା କଡକୁ ଖସିଲା ଏବଂ ଗାଡିଟି କିଏ ଏଠାକୁ ଆଣି ଥିଲା ତାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ ଚଣ୍ଡିଖୋଲ ଫାଣ୍ଡି ପୁଲିସ ତଦନ୍ତ ଚଳାଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande