ମହାନଦୀ ବିବାଦ : ଟ୍ରିବ୍ୟୁନାଲ ଯିବା ଭୁଲ ନିଷ୍ପତି ଥିଲା - ଜୟନାରାୟଣ ମିଶ୍ର
ଭୁବନେଶ୍ୱର,୧୦ ଡିସେମ୍ବର (ହି.ସ.) - ମହାନଦୀ ଜଳ ବିବାଦ ସମ୍ପର୍କରେ ଗଠିତ କମିଟିର ସଦସ୍ୟ ଜୟନାରାୟଣ ମିଶ୍ର କହିଛନ୍ତି ଯେ ବିବାଦ ନେଇ ଟ୍ରିବ୍ୟୁନାଲ ଯିବା ଭୁଲ ନିଷ୍ପତି ଥିଲା। ଏହାର ରାଜନୈତିକ ସମାଧାନ ଆବଶ୍ୟକ। ନୀତିନ ଗଡ଼କରୀ ସମାଧାନ ପାଇଁ ଡାକିଥିଲେ, ସମାଧାନ କଲେନି।ସେତେବେଳେ ରାଜନୈତିକ ସମାଧାନ
ମହାନଦୀ ବିବାଦ : ଟ୍ରିବ୍ୟୁନାଲ ଯିବା ଭୁଲ ନିଷ୍ପତି ଥିଲା - ଜୟନାରାୟଣ ମିଶ୍ର


ଭୁବନେଶ୍ୱର,୧୦ ଡିସେମ୍ବର (ହି.ସ.) - ମହାନଦୀ ଜଳ ବିବାଦ ସମ୍ପର୍କରେ ଗଠିତ କମିଟିର ସଦସ୍ୟ ଜୟନାରାୟଣ ମିଶ୍ର କହିଛନ୍ତି ଯେ ବିବାଦ ନେଇ ଟ୍ରିବ୍ୟୁନାଲ ଯିବା ଭୁଲ ନିଷ୍ପତି ଥିଲା। ଏହାର ରାଜନୈତିକ ସମାଧାନ ଆବଶ୍ୟକ। ନୀତିନ ଗଡ଼କରୀ ସମାଧାନ ପାଇଁ ଡାକିଥିଲେ, ସମାଧାନ କଲେନି।ସେତେବେଳେ ରାଜନୈତିକ ସମାଧାନ ନକରି କାହିଁକି ଟ୍ରିବ୍ୟୁନାଲ ଗଲେ ଜାଣିନି। ଟ୍ରିବ୍ୟୁନାଲକୁ ଯିବା ଦ୍ୱାରା ପ୍ରକ୍ରିୟା ବିଳମ୍ବ ହେଲା। ମୁଖ୍ୟମନ୍ତ୍ରୀ ଯେଉଁ କମିଟି ଗଠନ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ। ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ ସମାଧାନ ପାଇଁ। ଛତିଶଗଡ଼ ଯେମିତି ବ୍ୟାରେଜ କଲା, ଓଡ଼ିଶା ସରକାର ସେମିତି କରିବାର ଥିଲା। ହୀରାକୁଦ ବନ୍ଧର ତଳମୁଣ୍ଡରେ ଆହୁରି ବ୍ୟାରେଜ ନିର୍ମାଣ କରିବା କଥା। ରାଜନୈତିକ ସମାଧାନ ହୋଇଗଲେ ମହାନଦୀ ଜଳ ବିବାଦ ତୁଟିବ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande