ସୋନିଆଙ୍କୁ ମୋକିମଙ୍କ ଚିଠି
ଓଡିଶା କଂଗ୍ରେସରେ ଦୁର୍ବଳ ନେତୃତ୍ୱ ନେଇ ଜଣାଇଲେ ଭୁବନେଶ୍ୱର,୧୦ ଡିସେମ୍ବର (ହି.ସ.) - କଂଗ୍ରେସରେ ପୁଣି ଆରମ୍ଭ ହୋଇଛି ଭକ୍ତ ହଟାଅ ଅଭିଯାନ । କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ସୋନିଆ ଗାନ୍ଧୀଙ୍କୁ ଭାବାବେଗ ଭରା ଚିଠି ଲେଖିଛନ୍ତି। ମୋକିମ ତାଙ୍କ ଚିଠିରେ ଲେଖିଛନ୍ତି ଓଡିଶାରେ କଂଗ୍ରେ
ସୋନିଆଙ୍କୁ ମୋକିମଙ୍କ ଚିଠି


ଓଡିଶା କଂଗ୍ରେସରେ ଦୁର୍ବଳ ନେତୃତ୍ୱ ନେଇ ଜଣାଇଲେ

ଭୁବନେଶ୍ୱର,୧୦ ଡିସେମ୍ବର (ହି.ସ.) - କଂଗ୍ରେସରେ ପୁଣି ଆରମ୍ଭ ହୋଇଛି ଭକ୍ତ ହଟାଅ ଅଭିଯାନ । କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ସୋନିଆ ଗାନ୍ଧୀଙ୍କୁ ଭାବାବେଗ ଭରା ଚିଠି ଲେଖିଛନ୍ତି।

ମୋକିମ ତାଙ୍କ ଚିଠିରେ ଲେଖିଛନ୍ତି ଓଡିଶାରେ କଂଗ୍ରେସ ନେତୃତ୍ୱ ଦୁର୍ବଳ ସ୍ଥିତିରେ ଅଛି। ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମୟରେ ଦଳ ସାଧାରଣ ନିର୍ବାଚନ ମାତ୍ର ୧୩ ପ୍ରତିଶତ ଭୋଟ ପାଇଛି । ୨୦୨୫ ରେ ଭକ୍ତ ଦାସଙ୍କୁ ଦାୟିତ୍ୱ ଦିଆଗଲା। ସେ ନିଜେ ୩ ଟି ନିର୍ବାଚନ ହାରିଛନ୍ତି। କଂଗ୍ରେସ ବିଚାର ଧାରା ଠାରୁ ଭକ୍ତଙ୍କ ବିଚାର ଧାରା ଭିନ୍ନ। ନିଜ ସଂସଦୀୟ କ୍ଷେତ୍ର ନୂଆପଡା ଉପନିର୍ବାଚନରେ ତାଙ୍କ ନେତୃତ୍ୱ ରେ ୮୩ ହଜାର ଭୋଟରେ କଂଗ୍ରେସ ହାରିଛି । ତାଙ୍କ ପୁଅ କୋଶଳ ରାଜ୍ୟ ପାଇଁ ଦାବୀ କରୁଛନ୍ତି। ସେ ମଧ୍ୟ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି। କଂଗ୍ରେସ କର୍ମୀ ଦିଶାହୀନ ଓ ଦ୍ୱନ୍ଦରେ। ୩ ବର୍ଷ ହେଲା ଚେଷ୍ଟା କରି ରାହୁଲ ଗାନ୍ଧୀଙ୍କୁ ଭେଟି ପାରି ନାହିଁ । ଯାହା ଦଳର ନେତୃତ୍ୱ ଓ ତୃଣ ମୂଳ ସ୍ତରରେ କାମ କରୁଥିବା କର୍ମୀଙ୍କ ଭିତରେ ବଢୁଥିବା ଦୂରତାକୁ ଦର୍ଶାଉଛି। କର୍ମୀ ମାନେ ଦଳ ଠାରୁ ଭାବନାତ୍ମକ ଭାବେ ଦୂରଉଛନ୍ତି । ବୁଥ କର୍ମୀ, ବ୍ଲକ ସଭାପତି ଓ ଜିଲ୍ଲା ସ୍ତରୀୟ ନେତା ଦଳରେ ଅଣଦେଖା ହେଉଛନ୍ତି। ସଂଗଠନ ସୃଜନ ଅଭିଯାନ ଭଲ ଲକ୍ଷ୍ୟରେ କରାଯାଇଥିଲା ହେଲେ ଦକ୍ଷତାକୁ ଦେଖା ଗଲା ନାହିଁ ବୋଲି ଲେଖିଛନ୍ତି ମୋକିମ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande