
ଧର୍ମଶାଳା,୧୦ ଡିସେମ୍ବର(ହି.ସ.) - ଯାଜପୁର ଜିଲା ୧୬ ନଂ ଜାତୀୟ ରାଜପଥ ଧର୍ମଶାଳା ଥାନା ଅନ୍ତର୍ଗତ ଗୋକର୍ଣ୍ଣେଶ୍ୱର ମନ୍ଦିର ସେତୁ ନିକଟରେ ଉପରେ ଓଲଟିଲା ବେଲଚା ବୋଝେଇ ଟ୍ରକ୍ (ୟୁପି ୩୭ଏଟି ୯୦୮୮) । ଫଳରେ ଖଲାସି ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ତେବେ ଖଲାସି ଗାଡି ଚଳାଉଥିବାରୁ ଏଭଳି ଅଘଟଣ ଘଟି ଥିବା କୁହା ଯାଉଛି । ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପଂହଚି ଦୁର୍ଘଟଣାଗସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ