ଏମ୍ସ ଭୁବନେଶ୍ୱରରେ ଜୀବନ ପରିବର୍ତନକାରୀ ଅସ୍ତ୍ରୋପଚାର, ଦୁଇ ଦଶନ୍ଧି ପରେ ଯୁବକଙ୍କ ଜୀବନରେ ଆସିଲା ଖୁସି
ଭୁବନେଶ୍ୱର ,୧୧ ଡିସେମ୍ବର (ହି.ସ.)- ଏମ୍ସ ଭୁବନେଶ୍ୱର ଅର୍ଥୋପେଡିକ୍ ବିଭାଗ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ ଚିକିତ୍ସା ସଫଳତା ଜଣେ ଯୁବକଙ୍କ ଜୀବନରେ ପ୍ରାୟ ଦୁଇ ଦଶନ୍ଧି ପରେ ଅସରନ୍ତି ଖୁସି ଆଣିଦେଇଛି। ଆମ ରାଜ୍ୟ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୩୭ ବର୍ଷୀୟ ଯୁବକ ବିଶ୍ୱ ଭୂଷଣ ରାଉତ, ପ୍ରାୟ ୨୦ ବର
ୁପହିବକ


ଭୁବନେଶ୍ୱର ,୧୧ ଡିସେମ୍ବର (ହି.ସ.)- ଏମ୍ସ ଭୁବନେଶ୍ୱର ଅର୍ଥୋପେଡିକ୍ ବିଭାଗ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ ଚିକିତ୍ସା ସଫଳତା ଜଣେ ଯୁବକଙ୍କ ଜୀବନରେ ପ୍ରାୟ ଦୁଇ ଦଶନ୍ଧି ପରେ ଅସରନ୍ତି ଖୁସି ଆଣିଦେଇଛି। ଆମ ରାଜ୍ୟ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ୩୭ ବର୍ଷୀୟ ଯୁବକ ବିଶ୍ୱ ଭୂଷଣ ରାଉତ, ପ୍ରାୟ ୨୦ ବର୍ଷ ଧରି ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗରେ ପୀଡ଼ିତ ଥିଲେ। ମାତ୍ର ଏମ୍ସ ଭୁବନେଶ୍ୱର ଅର୍ଥୋପେଡିକ୍ ବିଭାଗ ପକ୍ଷରୁ ତାଙ୍କର ତିନୋଟି ଜଟିଳ ଅସ୍ତ୍ରୋପଚାର ପରେ, ସେ ଏକ ନୂତନ ଜୀବନ ଲାଭ କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଶ୍ରୀ ରାଉତଙ୍କ ମେରୁଦଣ୍ଡ ଏବଂ ଉଭୟ ନିତମ୍ବ ସମ୍ପୂର୍ଣ୍ଣ ମିଶିବା ଭଳି ଅବସ୍ଥାରେ ଥିଲା। ଯାହା ଫଳରେ ତାଙ୍କ ଶୁଣ୍ଡି ବଙ୍କା ହୋଇଯାଇଥିଲା ଏବଂ ବେକରୁ ନିତମ୍ବ ପର୍ଯ୍ୟନ୍ତ ଅଚଳ ହୋଇଯାଇଥିଲା। ତାଙ୍କ ମେରୁଦଣ୍ଡ ଏବଂ ଜଙ୍ଘ ପ୍ରାୟ ୧୫୦-ଡିଗ୍ରୀ ବଙ୍କି ଯାଇଥିଲା। ତାଙ୍କ ମୁହଁ ପ୍ରାୟ ତାଙ୍କ ଜଙ୍ଘକୁ ଛୁଇଁସାରିଥିଲା। ଏପରି ଗୁରୁତର ଅବସ୍ଥା ତାଙ୍କ ଦୈନନ୍ଦିନ ଜୀବନକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ଚାଲିବା, ବସିବା ଏବଂ ଶୋଇବା ଅତ୍ୟନ୍ତ କଷ୍ଟକର କରିଦେଇଥିଲା, ଯାହାକି ତାଙ୍କ ଜୀବନକୁ ଦୁର୍ବିସହ କରିଥିଲା।

ଅତ୍ୟନ୍ତ ଜଟିଳ ଅବସ୍ଥା ଏବଂ ଅପ୍ରତ୍ୟାଶିତ ଅସ୍ତ୍ରୋପଚାର ବିପଦ କାରଣରୁ ପକ୍ଷାଘାତର ଯଥେଷ୍ଟ ସମ୍ଭାବନା ଥିବାରୁ ଓଡ଼ିଶାର ଅନେକ ହସ୍ପିଟାଲ ଏବଂ ଭାରତର ଅନ୍ୟାନ୍ୟ ପ୍ରମୁଖ ପ୍ରତିଷ୍ଠାନ ତାଙ୍କ କେସ୍ ଗ୍ରହଣ କରିପାରିନଥିଲେ। ତାଙ୍କର ଆର୍ôଥକ ସଙ୍କଟ ଉଚ୍ଚମାନର ଘରୋଇ ସ୍ୱାସ୍ଥ୍ୟସେବା ପାଇବାକୁ ବାଧା ସୃଷ୍ଟି କରିଥିଲା।

ତେବେ ଏମ୍ସ ଭୁବନେଶ୍ୱର ଅର୍ଥୋପେଡିକ୍ସ ବିଭାଗ ଓପିଡିକୁ ଏକ ଆଶା ନେଇ ଆସିଥିଲେ। ସେଠାରେ ବିଭାଗୀୟ ସହକାରୀ ପ୍ରଫେସର୍ ଡ. ଦୀପକ ନେରାଡି ବିଶ୍ୱଙ୍କୁ ପରୀକ୍ଷା ନିରୀକ୍ଷା ପରେ ବିଭାଗୀୟ ମୁଖ୍ୟ ଡ. ବିଷ୍ଣୁ ପ୍ରସାଦ ପାତ୍ରଙ୍କ ମାର୍ଗଦର୍ଶନରେ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କଲେ। ଡ. ନେରାଡି ଏବଂ ଡ. ଗୁରୁଦୀପ ଦାସ ନ୍ୟୁରୋମନିଟରିଂ, ବୋନ୍ ସ୍କେଲପେଲ୍‌, ହାଇ-ସ୍ପିଡ୍ ବର୍ ଏବଂ ସର୍ଜିକାଲ୍ ମାଇକ୍ରୋସ୍କୋପ୍ ଭଳି ଉନ୍ନତ ଉପକରଣ ବ୍ୟବହାର କରି ଏହି ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ। ଉକ୍ତ ଯୁବକଙ୍କର ଦୁଇଟି ଯାକ ହିପ୍ ରିପ୍ଲେସମେଣ୍ଟ୍ କରାଯିବା ସହିତ ମେରୁଦଣ୍ଡ ବିକୃତି ସଂଶୋଧନ ସଫଳତାର ସହିତ କରିଥିଲେ। କାରିନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ରୋଗୀଙ୍କୁ ଭେଟି ବିଭାଗ ଏବଂ ପ୍ରକ୍ରିୟାରେ ସାମିଲ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅତ୍ୟଧିକ ଜଟିଳ ମେରୁଦଣ୍ଡ ଏବଂ ଏହି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏପରି ସଫଳ ଅସ୍ତ୍ରୋପଚାର କରିଥିବା ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ନିଜେ ଡ. ବିଶ୍ୱାସ ଯୁବକଙ୍କ ନିକଟକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ବିଶ୍ୱସ୍ତରୀୟ ସୁବିଧା ଏବଂ ବିଶେଷଜ୍ଞତା ସହିତ ଏମ୍ସ ଭୁବନେଶ୍ୱର ପୂର୍ବ ଭାରତରେ ଅସ୍ଥିଶଲ୍ୟ ଚିକିତ୍ସା କ୍ଷେତ୍ରରେ ଉନ୍ନତ ରୋଗୀ ସେବା ପ୍ରଦାନ କରିବାକୁ ପ୍ରତିବଦ୍ଧ ବୋଲି ଡ. ବିଶ୍ୱାସ ମତବ୍ୟକ୍ତ କରିଛନ୍ତି। ଆନାସ୍େଥସିଆ ବିଭାଗୀୟ ମୁଖ୍ୟ ଡ. ସତ୍ୟଜିତ ମିଶ୍ରଙ୍କ ନେତୃତ୍ୱରେ ଆନାସ୍େଥସିଆ ଦଳର ଉତ୍ସର୍ଗୀକୃତ ସମର୍ଥନ ଅସ୍ତ୍ରୋପଚାରକୁ ତ୍ରୁଟିଶୂନ୍ୟ କରିଥିଲା।

ଉକ୍ତ ତିନି ଅସ୍ତ୍ରୋପଚାର ପରେ ଯୁବକଜଣଙ୍କ ସ୍ୱାଭାବିକ ଭାବେ ବସିପାରୁଛନ୍ତି, ଠିଆ ହୋଇପାରୁଛନ୍ତି, ଚାଲିପାରୁଛନ୍ତି, ଏବଂ ସିଧା ଆଗକୁ ଚାହିଁ ମଧ୍ୟ ପାରୁଛନ୍ତି। ଏହା ତାଙ୍କ ଜୀବନର ଗୁଣବତ୍ତା ଏବଂ କାର୍ଯ୍ୟକ୍ଷମତାରେ ଏକ ନାଟକୀୟ ଉନ୍ନତି ଆଣିଛି।

ବେସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଏପରି ଅସ୍ତ୍ରୋପଚାର ସାଧାରଣତଃ ୨୫ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ମାତ୍ର ଶ୍ରୀ ରାଉତ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ମାଗଣା ଚିକିତ୍ସା ପାଇଥିଲେ। ଏପରି ପରିବର୍ତ୍ତନକାରୀ ଚିକିତ୍ସା ପାଇଁ ସୁଯୋଗ ସୃଷ୍ଟି କରିବା ପାଇଁ ଏମ୍ସ ଭୁବନେଶ୍ୱର ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande