ଅନ୍ବେଷା ହଷ୍ଟେଲ ଛାତ୍ରଛାତ୍ରୀଙ୍କ ସଫଳତା
କେନ୍ଦୁଝର, ୧୩ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜାତି ଓ ଅନୁସୂଚୀତ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଅନ୍ବେଷା ଛାତ୍ରାବାସର ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ବାର୍ଷିକ ଖେଳ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି । କେନ୍ଦୁଝର ନିର୍ମଳା କନଭେଣ୍ଟ ସ୍କୁଲର ବାର୍ଷିକ ଖେଳକୁ
Anwesha hostel student


କେନ୍ଦୁଝର, ୧୩ ଡିସେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜାତି ଓ ଅନୁସୂଚୀତ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ଅନ୍ବେଷା ଛାତ୍ରାବାସର ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ବାର୍ଷିକ ଖେଳ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି । କେନ୍ଦୁଝର ନିର୍ମଳା କନଭେଣ୍ଟ ସ୍କୁଲର ବାର୍ଷିକ ଖେଳକୁଦ ମହୋତ୍ସବରେ କେନ୍ଦୁଝର ଅନ୍ଵେଷା ହଷ୍ଟେଲର ଛାତ୍ରୀ ଡଲି ମାଝୀ, ଦେବଯାନୀ ମାଝି, ଗାୟତ୍ରୀ ଜେନା, ଅର୍ଚ୍ଚନା ନାୟକ, ନମିତା ନାଏକ ଖୋ ଖୋ ଖେଳ ରେ ପ୍ରଥମ ପୁରସ୍କାର ଭାବରେ ଗୋଲ୍ଡ ମେଡ଼ାଲ ପାଇଛନ୍ତି । କବାଡି ଖେଳ ପ୍ରଦର୍ଶନରେ ଡଲି ମାଝି, ଦେବଯାନୀ ମାଝି ରୌପ୍ୟ ପଦକ ହାସଲ କରିଛନ୍ତି । ରିଲେ ଖେଳରେ ଚିତ୍ରରେଖା ମାଝି ବ୍ରୋଞ୍ଜ ପଦକ ଓ ଡଲି ମାଝି ରୌପ୍ୟପଦକ ହାସଲ କରି ଅନ୍ବେଷା ହଷ୍ଟେଲକୁ ଗୌରବାନ୍ୱିତ କରିଛନ୍ତି । ସେହିପରି ବାଳକ ବର୍ଗର ସିନିୟର ଦୀପକ ମାଝୀ, ମିହିର ରଞ୍ଜନ ଜେନା, ପଙ୍କଜ ମାଝୀ, ସମ୍ଭୁନାଥ ମାଝି, ଅଂଶୁମାନ ଜେନା, ରାମଚନ୍ଦ୍ର ମୁର୍ମୁ, ବିକାଶ ଶତପଥୀ ଖୋ ଖୋ ରେ ସ୍ଵର୍ଣ ପଦକ ହାସଲ କରିଛନ୍ତି ଏବଂ କବାଡି ପ୍ରତିଯୋଗିତାରେ ରୌପ୍ୟପଦକ ଜିତିଛନ୍ତି। ସିନିୟର୍ ବାଳକ କବାଡି ଖେଳରେ ଗୋବିନ୍ଦ ଲାଲ ଟୁଡୁ ସୂର୍ଣ୍ଣ ପଦକ, ଅଖିଳ ନାଏକ ଓ ସିପୁନ ମାଝି ଖୋ ଖୋ ରେ ରୌପ୍ୟପଦକ, ୧୦୦ ମିଟର ଦୌଡରେ ଦୀପକ ମାଝି ରୌପ୍ୟପଦକ, ୨୦୦ ମିଟର ରେ ବ୍ରୋଞ୍ଜ ପଦକ, ୪00 ମିଟର ଦୌଡରେ ମିହିର ରଞ୍ଜନ ଜେନା ରୌପ୍ୟପଦକ ହାସଲ କରି ଅନ୍ବେଷା ହଷ୍ଟେଲର ସୁନାମ ଆଣିଛନ୍ତି ।

ପ୍ରକାଶ ଥାଉକି, ହଷ୍ଟେଲର ବହୁ ଛାତ୍ରଛାତ୍ରୀ ବିଭିନ୍ନ ଖେଳରେ ସକ୍ରିୟ ଅଂଶଗ୍ରହଣ କରି ଜିଲ୍ଲା ଓ ରାଜ୍ଯ ବାହାର ଉନ୍ନତ ଖେଳ ପ୍ରଦର୍ଶନ କରି ବିଦ୍ୟାଳୟ ଓ ହଷ୍ଟେଲ ପାଇଁ ସୁନାମ ଆଣିଛନ୍ତି । ଏଥିନେଇ ହଷ୍ଟେଲ ପରିଚାଳକ ସନ୍ତୋଷ କୁମାର ସାହୁ ଓ ସହ ପରିଚାଳକ ବିକାଶଦାସ, ଓ୍ବାଡେନ ଋକ୍ମଣୀମହାନ୍ତ, ମେଟ୍ରୋନ, ସିସିଏ ଓ ଅଭିଭାବକ ଖୁସିବ୍ଯକ୍ତ କରିବା ସହ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande