
Odisha, 13 ଡିସେମ୍ବର (ହି.ସ.)ଖୋର୍ଦ୍ଧା, ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟ ଏକ୍କା ଯୋଗଦେଇ ବିଭିନ୍ନ ବିଚାରଧୀନ ମାମଲାର ଫଇସଲା କରିଥିଲେ। ବିଭିନ୍ନ ବ୍ୟାଙ୍କର ପ୍ରାକ ବିବାଦୀୟ ମକଦ୍ଦମା ଗୁଡିକୁ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା। ଉକ୍ତ ଲୋକ ଅଦାଲତରେ ସମୁଦାୟ ୧୧୭ ଗୋଟି ମାମଲାର ଫଇସଲା ହୋଇଥିବା ବେଳେ ତନ୍ମଧ୍ୟରୁ ୮ ଗୋଟି ଦେୱାନୀ ମାମଲା ଏବଂ ୧୦୯ ଟି ଫୌଜଦାରୀ ମାମଲା ର ଫଇସଲା ହୋଇଥିଲା। ବାଣପୁର ଓକିଲ ସଂଘର ସମସ୍ତ ସଦସ୍ୟ ଏବଂ ଅଦାଲତ କର୍ମଚାରୀ ମାନେ ପରିଚାଳନାରେ ସହାୟତା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ