ନଟରାଜ କଳା ପରିଷଦ ବଲାଙ୍ଗୀର ନାଟକ ମହୋତ୍ସବ ୨୦୨୫ ତ୍ରିନିଟି ୩/୨ ଦ୍ୱିତୀୟ ସନ୍ଧ୍ୟାରେ ନାଟକ ଜମିଦାର ଓ ତ୍ରିଶଙ୍କୁ
ବଲାଙ୍ଗୀର, ୧୩ ଡିସେମ୍ବର(ହି.ସ.) – ନଟରାଜ କଳା ପରିଷଦ ବଲାଙ୍ଗିର ନାଟକ ମହୋତ୍ସ ତ୍ରିନିଟି ୩/୨ ୨୦୨୫ ର ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମର ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତରଣୀସେନ ସୁନା ଯୋଗ ଦେଇଥିବା ବେଳେ ବଲାଙ୍ଗିର ପୌର ପାଳିକା କାର୍ଯ୍ୟନିର୍
ନଟରାଜ କଳା ପରିଷଦ ବଲାଙ୍ଗିର ନାଟକ ମହୋତ୍ସବ ୨୦୨୫ ତ୍ରିନିଟି ୩/୨ ଦ୍ୱିତୀୟ ସନ୍ଧ୍ୟାରେ ନାଟକ ଜମିଦାର ଓ ତ୍ରିଶଙ୍କୁ


ବଲାଙ୍ଗୀର, ୧୩ ଡିସେମ୍ବର(ହି.ସ.) – ନଟରାଜ କଳା ପରିଷଦ ବଲାଙ୍ଗିର ନାଟକ ମହୋତ୍ସ ତ୍ରିନିଟି ୩/୨ ୨୦୨୫ ର ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମର ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତରଣୀସେନ ସୁନା ଯୋଗ ଦେଇଥିବା ବେଳେ ବଲାଙ୍ଗିର ପୌର ପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସମ୍ମାନିତ ଅତିଥି ରୂପେ ମଂଚାସିନ ଥିଲେ। ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ର ସଭାରେ ସଭାପତିତ୍ୱ କରିଥିଲେ। ନଟରାଜ କଳା ପରିଷଦର ଅନ୍ୟତମ ନିର୍ଦ୍ଦେଶକ ରାମ ପ୍ରସାଦ ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ନଟରାଜ କଳା ପରିଷଦର ପୂର୍ବତନ ବରିଷ୍ଠ ସଦସ୍ୟ ସ୍ୱର୍ଗତ ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ମିସ୍ ନୁର ଙ୍କୁ ଯୁବ କଳାକାର ନଟରାଜ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାଧ୍ୟାପକ ଶମ୍ଭୁ ପ୍ରସାଦ ଦାଶ। ପରେ ପରେ ଦୁଇଟି ଚିତାକର୍ଷକ ନାଟକ ପ୍ରଦର୍ଶିତ ହୋଇଥିଲା। ମଣିଷ ପେଟର ଭୋକ ଯେ ମେଂଟାଉଛି ସେ ହିଁ ମହାନ ଆଶା ଓ ଆକାଂକ୍ଷା ମଣିଷର ସହଜାତ ପ୍ରକୃତିଗତ ଓ ଅନ୍ନଦାତା ଚାଷୀବି ସେଥିରୁ ବିମୁକ୍ତ ହୋଇନାହିଁ। ଜିବନର ସଂଘର୍ଷ ସମାଜିକ ଅର୍ଥନୈତିକ ଚାପରେ ଚାଷିଟି ବାଛି ନିଏ ଏକ ଭୟଙ୍କର ବାଟ। ଏହା ଉପରେ ପ୍ରଦର୍ଶିତ ହୋଇଥିଲା ନାଟକ ‘ଜମିଦାର’। ଆଲେଖ୍ୟ ନକୁଳ ବାଦୀ ଓ ନିର୍ଦ୍ଦେଶକ ପ୍ରହଲ୍ଲାଦ ଦର୍ଜି। ପ୍ରଥମ ନାଟକର କଳାକାର ସଂଜିବ। ସମାଜରେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ସାଧନା ପଥରେ ଆଦର୍ଶକୁ ହିଁ ପାଥେୟ କରିଥାନ୍ତି। ସମାଜ ସେମାନଙ୍କୁ ବାମଚକ୍ଷୁରେ ସରବ୍ୟ କରି ଅବମର୍ଯ୍ୟାଦା ଭିତରକୁ ଠେଲି ଦିଏ। ସେମାନେ କିନ୍ତୁ ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି ତ୍ରିଶଙ୍କୁ ହୋଇଯାନ୍ତି । ମାତ୍ର ଲକ୍ଷ୍ୟ ପଥରେ ବିଚ୍ୟୁତ ହୁଅନ୍ତି ନାହିଁ। ଏହା ଉପରେ ପର୍ଯ୍ୟାବେଷିତ ତଥ୍ୟକୁ ଆଧାର କରି ପ୍ରଦର୍ଶିତ ହୋଇଥିବା ଦ୍ୱିତୀୟ ନାଟକ ‘ତ୍ରିଶଙ୍କୁ’। ଉଗ୍ରସେନ ଷଡଙ୍ଗୀଙ୍କ ରୁପାନ୍ତରଣ ଓ ସତ୍ୟବ୍ରତ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶନାରେ ପ୍ରଦର୍ଶିତ ଏହି ନାଟକରେ ଅଭିନୟ କରିଥିଲେ କୁମୁଦ, ପ୍ରଶାନ୍ତ, ଦେବବ୍ରତ, ଶୈଲିନ, ମାନସ ଓ ଆନନ୍ଦ। ଏହି ଦୁଇ ନାଟକରେ ସଂଗୀତ ଦେଇଥିଲେ ଦିଲିପ କୁମାର ସିଂଦେଓ ଓ ଜୟ ପ୍ରକାଶ ପୁଝାରି। ବଲାଙ୍ଗୀର ସହରର ଅନେକ ନାଟ୍ୟପ୍ରେମୀ, କଳାକାର, ବୁଦ୍ଧିଜିବି ଓ ଜନସାଧାରଣ ଉପଭୋଗ କରିଥିôଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande