ଆୟୁଷ ଡ଼ାକ୍ତରୀ ଛାତ୍ର ମାନଙ୍କ ଆନ୍ଦୋଳନ ପ୍ରତିଶ୍ରୁତି ପରେ ସ୍ତଗିତ ହେଲା ୮ଗୋଟି ଯାକ ଦାବିକୁ ନ୍ୟାର୍ଯ୍ୟ ବୋଲି କହି ସ୍ବାସ୍ଥ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ପୂରଣ କରିବାକୁ ପ୍ରତିଶୃତି ଦେଲେ l
ବଲାଙ୍ଗୀର, 13 ଡିସେମ୍ବର (ହି.ସ.) ଆଜି ଅର୍ବେଡିକ ଛାତ୍ର ମାନଙ୍କ ଦାବି ସମ୍ପର୍କରେ ମନ୍ୟବର୍ ମନ୍ତ୍ରୀ ମୁକେଶ ମହଲିଙ୍ଗ ଆୟୁଷ ଛାତ୍ର ପ୍ରତିନିଧି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଙ୍କ ଉପସ୍ଥିତିରେ ଅନ୍ୟ ବିଭାଗୀୟ ଅଧିକାରୀ ସହିତ ଆଲୋଚନା ପରେ ଆନ୍ଦୋଳନ ରୁ ନିବୃତ ହୋଇଛନ୍ତି। ଆୟୁଷ ଡ଼ାକ୍ତରୀ
ଆୟୁଷ ଡ଼ାକ୍ତରୀ ଛାତ୍ର ମାନଙ୍କ ଆନ୍ଦୋଳନ ପ୍ରତିଶ୍ରୁତି ପରେ ସ୍ତଗିତ ହେଲା  * ୮ଗୋଟି ଯାକ ଦାବିକୁ ନ୍ୟାର୍ଯ୍ୟ ବୋଲି କହି ସ୍ବାସ୍ଥ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ପୂରଣ କରିବାକୁ ପ୍ରତିଶୃତି ଦେଲେ l


ଆୟୁଷ ଡ଼ାକ୍ତରୀ ଛାତ୍ର ମାନଙ୍କ ଆନ୍ଦୋଳନ ପ୍ରତିଶ୍ରୁତି ପରେ ସ୍ତଗିତ ହେଲା  * ୮ଗୋଟି ଯାକ ଦାବିକୁ ନ୍ୟାର୍ଯ୍ୟ ବୋଲି କହି ସ୍ବାସ୍ଥ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ପୂରଣ କରିବାକୁ ପ୍ରତିଶୃତି ଦେଲେ l


ଆୟୁଷ ଡ଼ାକ୍ତରୀ ଛାତ୍ର ମାନଙ୍କ ଆନ୍ଦୋଳନ ପ୍ରତିଶ୍ରୁତି ପରେ ସ୍ତଗିତ ହେଲା  * ୮ଗୋଟି ଯାକ ଦାବିକୁ ନ୍ୟାର୍ଯ୍ୟ ବୋଲି କହି ସ୍ବାସ୍ଥ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ପୂରଣ କରିବାକୁ ପ୍ରତିଶୃତି ଦେଲେ l


ବଲାଙ୍ଗୀର, 13 ଡିସେମ୍ବର (ହି.ସ.)

ଆଜି ଅର୍ବେଡିକ ଛାତ୍ର ମାନଙ୍କ ଦାବି ସମ୍ପର୍କରେ ମନ୍ୟବର୍ ମନ୍ତ୍ରୀ ମୁକେଶ ମହଲିଙ୍ଗ ଆୟୁଷ ଛାତ୍ର ପ୍ରତିନିଧି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଙ୍କ ଉପସ୍ଥିତିରେ ଅନ୍ୟ ବିଭାଗୀୟ ଅଧିକାରୀ ସହିତ ଆଲୋଚନା ପରେ ଆନ୍ଦୋଳନ ରୁ ନିବୃତ ହୋଇଛନ୍ତି।

ଆୟୁଷ ଡ଼ାକ୍ତରୀ ଛାତ୍ର ମାନଙ୍କ ଆନ୍ଦୋଳନ ପ୍ରତିଶ୍ରୁତି ପରେ ସ୍ତଗିତ ହେଲା

* ୮ଗୋଟି ଯାକ ଦାବିକୁ ନ୍ୟାର୍ଯ୍ୟ ବୋଲି କହି ସ୍ବାସ୍ଥ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ପୂରଣ କରିବାକୁ ପ୍ରତିଶୃତି ଦେଲେ l

ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ମହୋଦୟଙ୍କ ସହିତ ଆମର ଗତକାଲି ସନ୍ଧ୍ୟାରେ ସମ୍ବଲପୁର ମାନ୍ୟବର ବିଧାୟକ ଜୟନାରାୟଣ ମିଶ୍ର ଙ୍କ ସରକାରୀ ବାସଭବନରେ ତାଙ୍କର ଉପସ୍ଥିତିରେ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ,ବଲାଙ୍ଗୀର ଆଲୁମିନ କମିଟି ର ସଭାପତି ଡା. ବାସୁଦେବ ପତି ଙ୍କ ସମନ୍ବୟ ରେ ଆଲୋଚନା ହୋଇଥୁଲା l

ଦୀର୍ଘ ଏକମାସ ରୁ ଉର୍ଦ୍ଧ୍ବ ସମୟ ଧରି ପାଇଁ ହେଉଥିବା ଆନ୍ଦୋଳନ ଯେଉଁ ୮ଦଫା ଦାବି ପୂରଣ ନିମନ୍ତେ ହେଉଥିଲା ତାହାକୁ ଯାଥାର୍ଥ ଓ ନ୍ୟାର୍ଯ୍ୟ ଦାବି ବୋଲି କହି ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ପୂରଣ କରିବାକୁ ପ୍ରତିଶୃତି ଦେଇଛନ୍ତି l

ନୂତନ ପଦବୀ ସୃଷ୍ଟି କରିବା ବିଷୟରେ ନୂତନ କମିଟି ଗଠିତ ହେବା ସହିତ ତାହାର ନିର୍ଦ୍ଦେଶାନାମା ଜାରି କରାଯାଇଛି, ତତ୍ ସହିତ ଛାତ୍ରଛାତ୍ରୀ ମାନଙ୍କ ଡାଇନାମିକ ବୃଦ୍ଧି ନିମନ୍ତେ ଫାଇଲ କାର୍ଯ୍ୟ ସରିଛି, ଖୁବଶୀଘ୍ର ଏନେଇ ନିର୍ଦ୍ଦେଶାନାମା ଜାରି କରାଯିବ | ଆଗାମୀ ଦିନରେ ଡାଇନମିକ ଷ୍ଟାଇପେଣ୍ଡ କରା‌ଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆସନ୍ତା ସପ୍ତାହରୁ ରାଜ୍ୟରେ ଆୟୁଷ ହସ୍ପିଟାଲ ଗୁଡିକରେ ନିଦାନ ବ୍ୟବସ୍ଥା ଲାଗୁ କରାଯିବ ତତ୍ ସହିତ ପ୍ରଚୁର ଔଷଧ ବିତରଣ ନିମନ୍ତେ ସରକାର ବ୍ୟବସ୍ଥା କରୁଛନ୍ତି । ଅନ୍ୟାନ୍ୟ ଦାବିଗୁଡିକ ଯଥାସମ୍ଭବ ପୂରଣ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରତିଶୃତି ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଧାରଣା ପ୍ରଗିତ ରଖିବାକୁ ଅନୁରୋଧ କରିଥିଲେ, ତାଙ୍କର ଆଶ୍ବାସନା କୁ ସମ୍ମାନ ଜଣାଇ ଆମେ ଆନ୍ଦୋଳନ କୁ ପ୍ରଗିତ ରଖୁଛୁ।

ମାନ୍ୟବର ବିଧାୟକ, ସମ୍ବଲପୁର ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ର ମହୋଦୟ ଆମର ଦାବି ତଥା ରାଜ୍ୟବାସୀଙ୍କ ହିତ ଉଦ୍ଦେଶ୍ୟରେ ମଧ୍ୟସୁତା କରି ଥିବାରୁ ଅନ୍ତରରୁ କୃତାଜ୍ଞତା ଜ୍ଞାପନ କରୁଅଛୁ । ଓଡ଼ିଶା ସରକାରଙ୍କ ମାନନୀୟ ସ୍ବାସ୍ଥ୍ୟ ସଚିବ, ବିଶେଷ ଭାବରେ ଧନ୍ୟବାଦ ଅର୍ପଣ କରୁଛୁ l

ଧାରଣା ସ୍ଥଳରେ ଅସୁସ୍ଥ ଛାତ୍ରଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବାକୁ ସନ୍ଧ୍ୟାରେ ମାନନୀୟ ଆୟୁଷ ନିର୍ଦ୍ଦେଶିକା ଆସି ଆଲୋଚନା କରି ଦାବି ପୂରଣ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିଥିବାରୁ ତାଙ୍କର ନିକଟରେ ବିଶେଷ ଭାବରେ କୃତଜ୍ଞ

ଅସୁସ୍ଥ ଛାତ୍ରଛାତ୍ରୀ ମାନଙ୍କୁ ଅକୁଣ୍ଠିତ ଚିତ୍ତରେ ସ୍ବାସ୍ଥ୍ୟସେବାଯୋଗାଇଦେଇଥିବା ଚିକିତ୍ସାଳୟର କର୍ମୀ ତଥା ଡାକ୍ରର ବନ୍ଧୁମାନଙ୍କୁ ଏବଂ ଧାରଣା ସ୍ଥଳରେ ଶୃଙ୍ଖଳା ରକ୍ଷା କରୁଥିବା ପୋଲିସ ବାହିନୀ କର୍ମଚାରୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ l

ବିଶେଷ କରି ସର୍ତ୍ତମୂଳକ ଭାବେ ଏହି ଆନ୍ଦୋଳନକୁ ସୁଗିତ ରଖାଯାଇଛି, ଆଗାମୀ ତିନିମାସ ମଧ୍ୟରେ ଦାବି ପୂରଣ ଦିଗରେ କୌଣସି ବିଶେଷ ଅଗ୍ରଗତି ନଦେଖୁଲେ ସଂଗଠନ ପୁଣି ସ୍ବର ଉତ୍ତୋଳନ କରିବ l

ଆମର ଏହି ଆନ୍ଦୋଳନକୁ ସରକାର?ରାଜ୍ୟ ତଥା ରାଜ୍ୟବାହାର ଜନତାଙ୍କ ନିକଟରେ ପ‌ହଞ୍ଚାଇ ଆମକୁ ସାହାଯ୍ୟ କରିଥିବାରୁ ସମସ୍ତ ପ୍ରେସ, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ଯମ ମାନଙ୍କୁ ଅନୁରର ଅନୁରତମ ପ୍ରଦେଶରୁ ଗଭୀର ଧନ୍ୟବାଦ ଜଣାଉଛୁ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande