




ସୁବର୍ଣ୍ଣପୁର, 13 ଡିସେମ୍ବର (ହି.ସ.)
ଆଜି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନଆ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘ ର ବାର୍ଷିକ କ୍ରୀଡ଼ା ଉତ୍ସବ କୁ ଉଦ୍ଘାଟନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଏସପି । ପ୍ରଥମେ ସକାଳ ୭.୩୦ ରେ ମା ସୁରେଶ୍ୱରୀ ମନ୍ଦିର ରେ ପୂଜା ଅର୍ଚ୍ଚନା ପରେ ଜିଲ୍ଲା କ୍ରୀଡ଼ା ସଂଘ ଓ ଖେଳାଳୀ ଙ୍କୁ ନେଇ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ପରେ ଗାନ୍ଧୀ ଷ୍ଟାଡିୟମ୍ ରେ ୧୦.୩୦ ରେ ପହଞ୍ଚିବା ପରେ କ୍ରୀଡା ସଂଘ ସଭାପତି ତଥା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଏସପି ଶ୍ରୀ ନାରାୟଣ ନାଏକ ମା ସୁରେଶ୍ଵରୀ ଙ୍କ ଠାରେ ପୁଜା ଅର୍ଚ୍ଚନା କରି କ୍ରୀଡା ସଂଘ ର ପତାକା ଉତ୍ତୋଳନ କରି ଶୋଭାଯାତ୍ରା ର ମଶାଲ କୁ ଗାନ୍ଧୀ ପଡିଆ ରେ ସ୍ଥାପନ କରି ଉତ୍ସବ ଆରଂଭ ଘୋଷଣା କରି ଥିଲେ l ଏବଂ ଖେଳ ୧୧ ଟା ରେ ୮୦୦ ମିଟର ଦୌଡ ପ୍ରତିଯୋଗୀତା କୁ ଶୁଭାରମ୍ଭ କରି ପ୍ରତିଯୋଗିତା କୁ ଉତ୍କଣ୍ଠା ର ସହ ଉପଭୋଗ କରିଥିଲେ l ଓ କୃତୀ ପ୍ରତିଯୋଗୀ ଙ୍କୁ ଜିଲ୍ଲାପାଳ ଓ ଏସପି ପୁରସ୍କୃତ କରିଥିଲେ l ଏହି ଉତ୍ସବ ରେ କ୍ରୀଡା ସଂଘ ଉପ ସଭାପତି ଚିତ୍ତରଞ୍ଜନ ତରାସିଆ ସଭା ପରିଚାଳନା କରି ଅତିଥି ଙ୍କୁ ସ୍ଵାଗତ କରିଥିଲେ l ଏହି ଉତ୍ସବ ରେ ଜିଲ୍ଲା କ୍ରୀଡ଼ା ଅଧିକାରି ଚିତ୍ତ ରଞ୍ଜନ ମିଶ୍ର, ସଂଘ ଉପଦେଷ୍ଟା କଇରୁ ସ୍ବାଇଁ, ପୌର ଉପାଧ୍ୟକ୍ଷା ମଲ୍ଲିକା ଦାନି, ସଂଘ ର ବରିଷ୍ଠ ସଦସ୍ୟ ଗଣେଶ ରାମ୍ ମେହେର, ଦିଗମ୍ବର ଶତପଥୀ, ମନୋରଞ୍ଜନ ତ୍ରୀପାଠୀ, ସହ ସମ୍ପାଦକ ତଥା ଆଇନଜୀବୀ ନନ୍ଦ କିଶୋର ତ୍ରୀପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ବି.ସତ୍ୟ ନାରାୟଣ ରାଓ,, କମଳାକାନ୍ତ ସାହୁ, କ୍ରୀଡ଼ା ସଂଘ କୋଷାଧ୍ୟକ୍ଷ ସୁବାଷ ବିଶ୍ୱାଳ, କୋଚ କଲିମ୍ ମହମ୍ମଦ, ବିକାଶ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ବିକାଶ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ lଆଜି ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା ଗୁଡିକରେ U-16-ବାଳକ ପୁଟିଂ ସଟ ରେ ରୋମ୍ୟ ତଣ୍ଡିଆ ପ୍ରଥମ, ନିହାର ପରିଡା ଦ୍ଵିତୀୟ, ଅଜିତ ମହାକୁର ତୃତୀୟ,U-20 ଡିଷ୍କସ ଫିଙ୍ଗାବlଳକ ବର୍ଗ ରେ ସୌମ୍ୟଶିଷ ସ୍ଵର୍ଣ, ଆଦର୍ଶ ରୌପ୍ୟ, ମାନସ ବ୍ରୋଞ ମେଡାଲ ହାସଲ କରିଥିବା ବେଳେ U-14 ବାଳକ ବର୍ଗ ରେ ହର୍ଷିତା ଗିରି ସ୍ଵର୍ଣ, ସରସ୍ବତୀ ଦ୍ଵିତୀୟ ଓ ସମୀକ୍ଷ୍l ତୃତୀୟ ହୋଇଥିଲେ ଡିଷ୍କ୍ସସ U-20 ବାଲିକା ରେ ଝୁମା ପ୍ରଥମ, ସ୍ମୃତି ଦ୍ଵିତୀୟ ଚିନୁ ତୃତୀୟ, U16- ଡିଷ୍କ୍ସସ ଫିଙ୍ଗା ବାଳିକା ରେ ଖୁସି, ଲୋପାମୁଦ୍ରା ରାକ୍ଷୀ ବିଜୟୀ ହୋଇଥିଲେ l 400 ମୀଟର ପୁରୁଷ ବର୍ଗରେ ଦିଲେଶ୍ଵର ବାଘ ସ୍ଵର୍ଣ, ଆଶିଷ ବୁଡ଼ ରୌପ୍ୟ, ପ୍ରମିତା କଂସ୍ୟ ପଦକ ହାସଲ କରିଥିଲେ l ରେକର୍ଡ ସଂଖକ୍ୟ 1275 ଜଣ ପ୍ରତିଯୋଗି ଏହି ଖେଳକୁଦ ପ୍ରତିଯୋଗିତା ରେ ଭାଗ ନେଇଥିବା ଜଣା ଯାଇଛି l U-14,U-16,U-18,U-20,U-23, ର ବାଳକ ଓ ବାଳିକା ବର୍ଗ ଏବଂ ପୁରୁଷ ଓ ମହିଳା ବର୍ଗ ପାଇଁ ଅନୁଷ୍ଠିତ ହେଉଛି l ଆଜି ମୋଟ 41 ଟି ଇଭେଣ୍ଟ ପାଇଁ ଉଭୟ ବର୍ଗ ରେ ପ୍ରତିଯୋଗିତl ଅନୁଷ୍ଠିତ ହୋଇଥିଲା l ଲଙ୍ଗ ଜୁମ୍ପ, ହାଇ ଜମ୍ପ, 1500,400,800,100, ମିଟର ଦୌଡ, ଡିସ୍କସ, ସଟ ପୁଟ, ଜାବେଲିନ ଫିଙ୍ଗା,ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ