ଟ୍ରକ ଧକ୍କାରେ ବିଦ୍ୟାଳୟର ପାଚେରୀ ଭାଙ୍ଗିଲା
ଜୟପୁର, 11 ଡିସେମ୍ବର (ହି.ସ.)ଟ୍ରକ ଧକ୍କାରେ ଜୟପୁରସ୍ଥିତ ସୌରାସାହି ପ୍ରାଥମିକ ବିଦ୍ୟାଳୟ ର ପାଚେରୀ ଭାଙ୍ଗିଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଆଜି ସକାଳୁ ଏକ ମାଲ ବୋଝେଇ ଟ୍ରକ (କେ.ଏ.୫୨ବି୯୭୮୮) ଜୟପୁର ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ସୌରାସାହି ପ୍
ଟ୍ରକ ଧକ୍କାରେ ବିଦ୍ୟାଳୟର ପାଚେରୀ ଭାଙ୍ଗିଲା


ଜୟପୁର, 11 ଡିସେମ୍ବର (ହି.ସ.)ଟ୍ରକ ଧକ୍କାରେ ଜୟପୁରସ୍ଥିତ ସୌରାସାହି ପ୍ରାଥମିକ ବିଦ୍ୟାଳୟ ର ପାଚେରୀ ଭାଙ୍ଗିଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଆଜି ସକାଳୁ ଏକ ମାଲ ବୋଝେଇ ଟ୍ରକ (କେ.ଏ.୫୨ବି୯୭୮୮) ଜୟପୁର ଅଭିମୁଖେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ସୌରାସାହି ପ୍ରାଥମିକ ବିଦ୍ୟାଳୟ ପାଚେରୀକୁ ଆଘାତ ଦେଇଥିଲା। ଫଳରେ ପାଚେରୀ କାନ୍ଥ ଭାଙ୍ଗିଯାଇଥିଲା। ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା,ଆସବାବ ଚୋରିହେବା ଭୟ, ଖାଦ୍ୟ ସାମଗ୍ରୀ ଚୋରି ହେବା ଭୟ ଆଦି ଥିବା ଯୋଗୁଁ ତୁରନ୍ତ ପାଚେରୀ ମରାମତି କରିବା ପାଇଁ ଟାଉନ ଥାନାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande