
କୋରାଇ, ୧୧ ଡିସେମ୍ବର (ହି.ସ.)- କୋରାଇ ବ୍ଲକ ଅନ୍ତର୍ଗତ ମୂଳାପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ଵିଦିବସୀୟ ବାର୍ଷିକ କ୍ରୀଡା ଆଜି ଉଦ୍ଯାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପାଣିକୋଇଲି ଥାନାଧିକାରୀ ରଂଜିତ କୁମାର ମହାନ୍ତି, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସମ୍ବାଦିକ ସୁବାସ ଧଳ, ସମ୍ମାନୀତ ଅତିଥି ଭାବେ ଲିଙ୍ଗେଶ୍ୱର ଉନ୍ନୟନ କମିଟିର ସମ୍ପାଦକ ଡକ୍ଟର ଦୈତାରୀ ଧଳ ମୁଖ୍ୟ ସାମ୍ବାଦିକ ମନୋଜ କୁମାର ସାହୁ, ମାନସ ରଂଜନ ଧଳ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ବୃନ୍ଦାବନ ସାହୁ, ସମ୍ପାଦକ ଦିଲ୍ଲୀପ କୁମାର ଧଳ, ଉପସଭାପତି ଶଙ୍କର୍ଷଣ ପରିଡା ପ୍ରମୁଖ ଯୋଗଦେଇଥିଲେ । ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ କ୍ରୀଡା ଉପାଦେୟ ସର୍ମ୍ପକରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଅରୁଣ ବିଭାଗରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ୫୩ଟି ଖେଳରେ ୬୧୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ୩ଟି ବର୍ଗରେ ଖେଳକୁ ବିଭକ୍ତ କରାଯାଇଥିଲା । ଶିଶୁ ବର୍ଗରେ ସୁଷ୍ପଦ ସାହୁ, ଦିବ୍ୟାଜ୍ୟୋତି ବେହେରା, ବାଲ ବର୍ଗରେ ଦୀପକ କୁମାର ଦାସ, ସୁଶ୍ରୀ ସଂଗୀତା ସାହୁ, କିଶୋର ବର୍ଗରେ ଶୁଭଙ୍କର ମହାନ୍ତି, ସମୀକ୍ଷା ନାୟକ ଓ ଘୋଷ ଟିମକୁ ଚମ୍ପିଅନ ଟ୍ରଫି ପ୍ରଦାନ କରାଯିବା ସହ କୃତୀତ୍ୱ ଅର୍ଜ୍ଜନ କରିଥିବା ଛାତ୍ର/ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା । କ୍ରୀଡା ଶିକ୍ଷକ ସାଗରିକା ମିଶ୍ର ଖେଳ ପରିଚାଳନା କରିଥିଲେ । ଗୁରୁମା ସନ୍ତୋଷିନୀ ମିଶ୍ରଙ୍କ ସଂଚାଳନା ପରିଚାଳିତ ଉଦଯାପନୀ ସଭାରେ ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭାସ୍ମର ଚନ୍ଦ୍ର ପଣ୍ଡା ବୃତକଥନ ପାଠ କରିଥିଲେ । ଶେଷରେ ସହ ପ୍ରଧାନ ଆଚାର୍ଯ୍ୟ ଜଗନ୍ନାଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ/ଗୁରୁମା, କର୍ମଚାରୀ ଖେଳ ପରିଚାଳନା ଓ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ