
ଭୁବନେଶ୍ୱର,୧୧ ଡିସେମ୍ବର (ହି.ସ.)- ପଂଚାୟତିରାଜ ମନ୍ତ୍ରୀଙ୍କ ଦାଦନ ସଂଜ୍ଞାକୁ କାଉଂଟର କରିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ମନ୍ତ୍ରୀଙ୍କ ସଂଜ୍ଞା ଭୟଙ୍କର। ପରିବାର ଉଠି ଚାଲିଗଲେ ଆମେ କହିବା ଦାଦନ ଆଉ ଜଣେ ଗଲେ ଦାଦନ କହିବେନି ତାହାଲେ ତା ଅର୍ଥ କଣ। ଭାରତୀୟ ଜନତା ପାର୍ଟି ସରକାର ତାହାଲେ ନୂଆ ଦିଶା ଦେଖାଇବ। ଯୋଉଠି କାମ ମିଳିବ ଲୋକ ସେଠାକୁ କାମ କରିବାକୁ ଯିବ। ଦାଦନ ସର୍ଦାର ମାନେ ଆଗୁଆ ଅର୍ଥ ଦେଇ ଦେଉ ଥିବାରୁ ଦାଦନଙ୍କ ସମସ୍ୟା ବଢୁଛି। ସାଧାରଣ ଧାରଣା ଅଛି ଯେ ପଶ୍ଚିମରୁ ଦାଦନ ଶ୍ରମିକ ଅଧିକ ମାତ୍ରାରେ ଯାଉଛନ୍ତି। କିନ୍ତୁ ଉପକୁଳରୁ ବି ଅଧିକ ସଂଖ୍ୟାରେ ଯାଉଛନ୍ତି। ସବୁଠୁ ବେଶୀ ଦାଦନ ରାଜ୍ୟରୁ ଯାଉଛନ୍ତି ତାମିଲନାଡୁ କୁ। ରୋଜଗାର ପର୍ଯ୍ୟାପ୍ତ ନଥିବାରୁ ସେମାନେ ବାହାରକୁ ଯାଉଛନ୍ତି। ୩୦ ଲକ୍ଷ ପାଖାପାଖି ପରିବାର ଓଡିଶାରୁ ଦାଦନ ଯାଉଛନ୍ତି।
ଜଣେ ନିର୍ବାଚିତ ପ୍ରତିନିଧି ଯେଉଁ ଭତା ଓ ଦରମା ପାଉଛି ସେ ତା କାର୍ଯ୍ୟକୁ ସୂଚାରୁ ରୂପେ ପାଳନ କରୁଥିବା ଆବଶ୍ୟକ। ଯଦି ସେମାନେ ତାଙ୍କ କାର୍ଯ୍ୟ କୁ ସୂଚାରୁ ରୂପେ ପାଳନ କରୁ ନ ଥିବେ ତାହାଲେ ସାଧାରଣ ରେ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି କହିଛନ୍ତି ଅରୁଣ ସାହୁ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା