ବିଜେପିର ଯୋଗଦେଲେ ବିଜେଡି କାଉନସିଲର , ସରପଂଚ
ଭୁବନେଶ୍ୱର,୧୧ ଡିସେମ୍ବର (ହି.ସ.)- ଦଳର ବିଚାରଧାରା ଉପରେ ଅନୁପ୍ରାଣିତ ହୋଇ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ରାଜ୍ୟରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନିତ କରି ଓଡ଼ିଶାର ମୌଳିକ ସମସ୍ୟାର ସମାଧାନ ପାଇଁ ବିଜେପି କାର୍ଯ୍ୟ କରିବ । ଶିକ୍ଷା, ସ୍ୱାସ୍ଥ୍ର‌୍ୟ, ଗମନଗମନଠାରୁ
୍ିୁନଵ୍ିୂପରୁବହକ


ଭୁବନେଶ୍ୱର,୧୧ ଡିସେମ୍ବର (ହି.ସ.)- ଦଳର ବିଚାରଧାରା ଉପରେ ଅନୁପ୍ରାଣିତ ହୋଇ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ରାଜ୍ୟରେ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନିତ କରି ଓଡ଼ିଶାର ମୌଳିକ ସମସ୍ୟାର ସମାଧାନ ପାଇଁ ବିଜେପି କାର୍ଯ୍ୟ କରିବ । ଶିକ୍ଷା, ସ୍ୱାସ୍ଥ୍ର‌୍ୟ, ଗମନଗମନଠାରୁ ଆରମ୍ଭ କରି ରାଜ୍ୟର ସାମଗ୍ରିକ ବିକାଶ କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଂଗଠନ ଆହୁରୀ ଶକ୍ତିଶାଳୀ ହୋଇଯାଇଛି । ସଶକ୍ତ ସଂଗଠନ ଗଢି ତୋଳିବାର ଦାୟୀତ୍ୱ ଆମ ସମସ୍ତଙ୍କର ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଏହି ଅବସରରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଜଗନ୍ନାଥ ପ୍ରସାଦ ପଂଚାୟତର ପୂର୍ବତନ ସରପଂଚ ତଥା ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଭାଗିରଥୀ ବଳ ବିଜେଡି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ବଳଙ୍କ ସମେତ ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋବିନ୍ଦପୁର ପଂଚାୟତର ସମିତିସଭ୍ୟ ଅର୍ଚ୍ଚନା ଜେନା, ଅସିତ୍ ନାୟକ, ପୂର୍ବତନ ସରପଂଚ ପୀତବାସ ଖିଲାର; ଆନ୍ଦୋଳା ପଂଚାୟତର ସରପଂଚ କାମଦେବ ମଲ୍ଲିକ, ସମିତିସଭ୍ୟ ଶାନ୍ତିବାଳା ନାୟକ, ରଶ୍ମୀ ରଞ୍ଜନ ନାୟକ, ନାୟବ ସରପଂଚ ସୁଶାନ୍ତ ପରିଡା; ଜଗନ୍ନାଥ ପ୍ରସାଦ ପଂଚାୟତର ପୂର୍ବତନ ସମିତିସଭ୍ୟ ହରେକୃଷ୍ଣ ଦତ, ବିପିନି ମଲ୍ଲିକ, ସମିତିସଭ୍ୟ ଉର୍ମିଳା ପରିଡା, ନାୟବ ସରପଂଚ ଯୋଗେନ୍ଦ୍ର ଦାସ, ବିଜେଡି ପୂର୍ବତନ ଯୁବ ସଭାପତି ଅରୁଣ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ମଞ୍ଜୁଲତା ବଳ; ବାସୁଦେବପୁର ମ୍ୟୁନିସିପାଲଟିର କାଉନସିଲର୍ ସୁଚିସ୍ମିତା ଗିରି, ଗରପଦା ଗିରି, ବଂଶୀଧର ବେହେରା, ନିରୋଦ ବେହେରା ପ୍ରମୁଖ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ।ତ୍ତ

ବିଜେପିର ଡବଲଇଞ୍ଜିନ ସରକାର ଗୋଟିଏ ପରେ ଗୋଟିଏ ବିକାଶମୂଳକ କାର୍ଯ୍ୟ କରିଚାଲିଛି । ବାସୁଦେବପୁରର ସ୍ୱାର୍ଥ ଏବଂ ବିକାଶ ପାଇଁ ବିଜେପିରେ ସାମିଲ ହେଲୁ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଛୁ ବୋଲି ଶ୍ରୀ ଭାଗିରଥୀ ବଳ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ, ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବାସୁଦେବପୁର ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି ଓ ବାସୁଦେବପୁରର ଅନ୍ୟାନ୍ୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande