
Bhubaneswar, 11 ଡିସେମ୍ବର (ହି.ସ.)
ପଳାଶୁଣି ନିକଟ ଗଙ୍ଗୁଆ ନଦୀ ଉପରେ ଜାତୀୟ ରାଜପଥରେ ନିର୍ମାଣ ହେବ ତୃତୀୟ ବ୍ରିଜ୍ । ସେଥିପାଇଁ ଗଙ୍ଗୁଆ ପୁରୁଣା ବ୍ରିଜ୍ ତଳେ ଗତ କିଛି ଦିନ ହେଲା ଜବରଦଖଲ କରି ରହୁଥିବା ପ୍ରାୟ 60 ପରିବାରଙ୍କୁ ହଟାଇ ଦିଆଯାଇଛି । ଆଜି ଭୁବନେଶ୍ୱର ମହାନଗର ନିଗମ ଉତ୍ତର ମଣ୍ଡଳର ଏନଫୋର୍ସମେଣ୍ଟ ଟିମ୍, କମିଶନରେଟ୍ ପୋଲିସ, ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ, ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ, ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ରାସ୍ତା ବିକାଶ କାର୍ଯ୍ୟକୁ ଆଗେଇ ନେବା ନିମନ୍ତେ ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ନିର୍ଦେଶ କ୍ରମେ ଏହି ଜବରଦଖଲ ଉଚ୍ଛେଦ କାର୍ଯ୍ୟ କରାଯାଇଛି । ସଂଯୁକ୍ତ ବିଭାଗୀୟ ସହଯୋଗ ସହିତ ଉଚ୍ଛେଦ କାର୍ଯ୍ୟ କରାଯାଇଅଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା