ବଳଦେବ ସେନା ପକ୍ଷରୁ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡା, ୧୧ ଡିସେମ୍ବର (ହି.ସ.)- ପ୍ରତିବର୍ଷ ଡିସେମ୍ବର ମାସରେ ବଳଦେବ ସେନା ପକ୍ଷରୁ ଆୟୋଜିତ ହୋଇଆସୁଥିବା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସାମାଜିକ ଦାୟିତ୍ୱ ଓ ସେବାମୂଳକ କାର‌୍ୟ୍ୟର ଏକ ଉଲ୍ଲେଖନୀୟ ଉଦାହରଣ। ଏହି ବର୍ଷର ଷଷ୍ଠ ବାର୍ଷିକ ରକ୍ତଦାନ ଶିବିରକୁ ସଫଳ ଭାବେ ଆୟୋଜନ କରିବାକୁ ଆଜି ସନ୍
ବଳଦେବ ସେନା ପକ୍ଷରୁ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡା, ୧୧ ଡିସେମ୍ବର (ହି.ସ.)- ପ୍ରତିବର୍ଷ ଡିସେମ୍ବର ମାସରେ ବଳଦେବ ସେନା ପକ୍ଷରୁ ଆୟୋଜିତ ହୋଇଆସୁଥିବା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ସାମାଜିକ ଦାୟିତ୍ୱ ଓ ସେବାମୂଳକ କାର‌୍ୟ୍ୟର ଏକ ଉଲ୍ଲେଖନୀୟ ଉଦାହରଣ। ଏହି ବର୍ଷର ଷଷ୍ଠ ବାର୍ଷିକ ରକ୍ତଦାନ ଶିବିରକୁ ସଫଳ ଭାବେ ଆୟୋଜନ କରିବାକୁ ଆଜି ସନ୍ଧ୍ୟା ୬ଟା ୩୦ ସମୟରେ ଯାତ୍ରୀ ନିବାସ ଠାରେ ଅନ୍ତିମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରକ୍ତ ଦାନ ଶିବିରକୁ କପରି ଭାବେ ଆହୁରି ବ୍ୟାପକ, ସଂଗଠିତ ଓ ସଫଳ କରିବା ସହିତ ସମାଜରେ ବଢ଼ୁଥିବା ରକ୍ତର ଅଭାବକୁ କିପରି ପୂରଣ କରାଯାଇପାରିବ ଓ କିପରି ଭାବେ ଅଧିକ ରୁ ଅଧିକ ବ୍ୟକ୍ତି ଓ ଯୁବ ପୀଢ଼ି ମାନେ ରକ୍ତଦାନ କରିବେ ସେ ବିଷୟରେ ବ୍ୟାପକ ଆଲୋଚନା ହୋଇଥିଲା।

ଏହି ବୈଠକରେ ସଭାପତି ପପୁନ୍ କୁମାର ସ୍ବାଇଁ, ସମ୍ପାଦକ ଅମର କୁମାର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ଉମାକାନ୍ତ ବଳ, ଜ୍ୟୋତିରଞ୍ଜନ ପତ୍ରୀ, ନିରଞ୍ଜନ ସୂଆର, ଅନିଲି ରଞ୍ଜନ ପଣ୍ଡା, ହିମାଂଶୁ ରାଉତ, ଅନିଶ ସୂତାର, ଆଶୁତୋଷ ପଣ୍ଡା, ଲାଲଟେନ୍ଦୁ ବେହେରା, ଚନ୍ଦନ ପ୍ରଧାନ, ଆଲୋକ ସାହୁ, ଚୈତନ୍ୟ ସମାଲ, ପଦ୍ମ ଲୋଚନ ସାହୁ, ଅନିଲି ସେଠୀ, ଉମାକାନ୍ତ ବେହେରା, ରାକେଶ ପ୍ରଧାନ, ପ୍ରିୟ ରଞ୍ଜନ ପରିଡ଼ା, ଚନ୍ଦନ ସ୍ୱାଇଁଙ୍କ ସମେତ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande