

ବୌଦ୍ଧ,୧୧ ଡିସେମ୍ବର (ହି.ସ.)- ଉଦଘାଟିତ ହୋଇଛି ବୌଦ୍ଧର ପ୍ରସିଦ୍ଧ ଆଧ୍ୟାତ୍ମିକ ଧନୁଯାତ୍ରା l ଐତିହାସିକ ବୌଦ୍ଧ ସହର ପାଲଟିଛି ମଥୁରା ନଗରୀ l ବୌଦ୍ଧର ଧନୁଯାତ୍ରା ଜିଲା ତଥା ଜିଲା ବାହାରର ଦର୍ଶକମାନଙ୍କ ପାଇଁ ଏବେ ଆକର୍ଷଣର କେନ୍ଦ୍ର ହୋଇପାରିଛି । ବୌଦ୍ଧ ଭୈରବୀ ପଡିଆ ଠାରେ ୮ ଦିନ ଧରି ଚାଲିବ ଏହି ଧନୁଯାତ୍ରା l ମଦନ ମୋହନ ନାଟ୍ୟକଳା ପରିଷଦ ପକ୍ଷରୁ ଆରମ୍ଭ ହୋଇଥିବା ନାଟ୍ୟା ମହୋତ୍ସବର ଉଦ୍ଘାଟନି ସନ୍ଧ୍ୟାରେ ନାଟକ ଧର୍ମ ସଂସ୍ଥାପନାର୍ଥାୟ ମଞ୍ଚସ୍ଥ ହୋଇଛି । ନାଟକରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସ୍ୱର୍ଗାରୋହଣ, କୃଷ୍ନ ଅବତାର ନେଇ ପରିକଳ୍ପନା, କଂସ ଜନ୍ମ, ଦେବକୀ-ବସୁଦେବଙ୍କ ବିବାହ ମଞ୍ଚସ୍ଥ ହୋଇଛି । ଏହି ନାଟକରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସ୍ୱର୍ଗାରୋହଣ ଏବଂ ଦ୍ୱାପରେ କୃଷ୍ଣ ଅବତାର ପାଇଁ ପରିକଳ୍ପନା କରିବା ସଙ୍ଗେ ସଙ୍ଗେ କଂସର ଜନ୍ମ ଏବଂ ଦେବକୀ ଓ ବସୁଦେବଙ୍କ ବିବାହ ପରେ ଶୂନ୍ୟବାଣୀ (ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ତୋର ବଧ କରିବ ) ଶୂନ୍ୟବାଣୀ ଶୁଣି କଂସ ଉତକ୍ଷିତ ହୋଇ ଦେବକୀ ଓ ବସୁଦେବକୁ କାରାବାସ ଦେଇ ଉଗ୍ରସେନ ଓ ଇନ୍ଦୁମତିକୁ ମଧ୍ୟ କାରାବାସ ଦେଇ ନିଜେ ମଥୁରାର ରାଜା ହୋଇ ତ୍ରିପୁର ବିଜୟ କରିବା ପାଇଁ ଯାତ୍ରା ଆରମ୍ଭ କରିଛି । ଏହା ସହ ପଦ୍ମବତୀ ସହ କଂସର ବିବାହ ହେବା ସହ ଜରାସନ୍ଧକୁ ବଧ ଆଦି ନାଟକ ପରିବେଷଣ ହୋଇଥିଲା । ନାଟକକୁ ନାଟ୍ୟାକାର ହୃଦାନନ୍ଦ ମେହେର ରଚନା କରିଥିବା ବେଳେ ନାଟ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଦେବାଙ୍ଗନ ମେହେର । ଆଜିର ନାଟକରେ କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା । ଏହି ଯାତ୍ରାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଯାତ୍ରା ଆରମ୍ଭ ପୂର୍ବରୁ ମହାନଦୀରୁ ଏକ କଳସ ଶୋଭଯାତ୍ରା ସହର ପରିକ୍ରମା କରି ମନ୍ଦିରକୁ ଆସିଥିଲା । ଏହି ନାଟ୍ୟତ୍ସୋବରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବା ପୌରାଣିକ କଥାବସ୍ତୁକୁ ଯାତ୍ରା ନାଟକ ଶୈଳୀରେ ପ୍ରତିଦିନ ପରିବେଷିତ ହେଉଛି । ନାଟ୍ୟୋତ୍ସବର ସଭାପତି ବୃନ୍ଦାବନ ମେହେର ଓ ସଂପାଦକ ପଙ୍କଜ ମେହେରତ୍ତତତ୍ୱବଧାନରେ ଏହି ଯାତ୍ରା ପରିଚାଳନା ହେଉଅଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ, ନାଟ୍ୟକାର ହୃଦାନନ୍ଦ ମେହେର ଯୋଗଦେଇଥିଲେ । ଅନୁଷ୍ଠାନର ନାଟ୍ୟ ନିର୍ଦ୍ଦେଶକ ଦେବାଙ୍ଗନ ମେହେର ଅଧ୍ୟକ୍ଷତା କରିଥିଲେ । ରମେଶ ମେହେର ମଂଚ ପରିଚାଳନା କରିଥିଲେ । ଏହି ଧନୁଯାତ୍ରା ନାଟ୍ୟୋତ୍ସବ ଦୀର୍ଘ ୮ ଦିନ ଧରି ଅନୁଷ୍ଠିତ ହେବ । ଏହି ନାଟ୍ୟତ୍ସୋବରେ ବୌଦ୍ଧଜିଲ୍ଲାର ଜଣାଶୁଣା ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ରଚିତ ଓ ଦେବାଙ୍ଗନ ମେହେରଙ୍କ ନିର୍ଦ୍ଦେଶନାରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବା ପୌରାଣିକ କଥାବସ୍ତୁ କୁ ଯାତ୍ରା ନାଟକ ଶୈଳୀରେ ପ୍ରତିଦିନ ପରିବେଷଣ ହେବ । ଏହି ଯାତ୍ରା ସମୟରେ ସହରବାସୀଙ୍କୁ ନାଟକର ଭାବଧାରାରେ ବାନ୍ଧି ରଖିବା ପାଇଁ ସହରର ବିଭିନ୍ନ ଛକଜାଗା ମାନଙ୍କରେ ପଥପ୍ରାନ୍ତ ନାଟକ ଆୟୋଜନର ବ୍ୟବସ୍ଥା କରାଯାଇଛି । ଏହା ସହ ଯାତ୍ରାକୁ ଅଧିକ ସରସ ସୁନ୍ଦର କରିବାକୁ ମୀନାବଜାର ଆୟୋଜନ କରାଯାଇଛି । ନାଟକ ଦେଖିବା ପାଇ ଲୋକଙ୍କ ଗହଳି ହେଉଥିବା ଦେଖିବାକୁ ମିଳିଛି । ଉଦଘାଟନ ଦିବସରେ ନାଟ୍ୟ କଳାପରିଷଦ ପକ୍ଷରୁ ସକାଳେ ମହାନଦୀର ଆଳତୀ ଘାଟରୁ ଏକ କଳସ ଶୋଭଯାତ୍ରା ବାହରି ମଦନ ମୋହନ ମନ୍ଦିରକୁ ଆସିବା ପରେ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ସମ୍ପତ