
ଖୋର୍ଦ୍ଧା, ୧୧ ଡିସେମ୍ବର (ହି.ସ.) - ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୯ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସୁଶାସନ ସପ୍ତାହ ଓ ଡିସେମ୍ବର ୨୫ ତାରିଖରେ ସୁଶାସନ ଦିବସ ପାଳନ ନିମିତ ଆଭାସିରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି କ୍ଷ ଉକ୍ତ ଆଭାସି ବୈଠକରେ ଜିଲ୍ଲାର ସମସ୍ତ ବି ଡି ଓ, ତହସିଲଦାର, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲାଇନ୍ ଡିପାର୍ଟମେଂଟ ଅଧିକାରୀ ଯୋଡ଼ି ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ କ୍ଷ ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ପ୍ରକାଶ କରିଥିଲେ ଯେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ଡିସେମ୍ବର ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଳନ କରାଯିବ । ଏହି ସୁଶାସନ ସପ୍ତାହ ପାଳନ ଉପଲକ୍ଷେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମିଶନ ମୋଡ୍ ରେ ଜନତାଙ୍କ ଅଭିଯୋଗ ଗୁଡ଼ିକୁ ସମାଧାନ କରାଯିବ । ଆସନ୍ତା ଡ଼ିସେମ୍ବର ୨୨ ତାରିଖରେ ଜିଲ୍ଲାର ସମସ୍ତ ବ୍ଲକରେ ପଲ୍ଲୀରେ ପ୍ରଶାସନ କ୍ୟାମ୍ପ କରାଯାଇ ଲୋକମାନଙ୍କର ଆପତି ଅଭିଯୋଗ ଗୁଡ଼ିକର ଶୁଣାଣି କରାଯିବ । ଡିସେମ୍ବର ୧୯,୨୦,୨୧,୨୩ ତାରିଖରେ ଜିଲ୍ଲାର ସମସ୍ତ ବି ଡି ଓ, ତହସିଲଦାର, ଖୋର୍ଦ୍ଧା ଓ ଜଟଣୀ ପୌର ପରିଷଦ ନିର୍ବାହୀ ଅଧିକାରୀ, ବାଣପୁର, ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି, ଉପନିର୍ଦେଶକ, ମତ୍ସ୍ୟ ବିଭାଗ, ଜିଲ୍ଲା ପଶୁ ସମ୍ପଦ ବିଭାଗ,ଟି ପି ସି ଓ ଡି ଏଲ ତଥା ବିଦ୍ୟୁତ୍ ବିଭାଗ, ଜିଲ୍ଲା ଶିକ୍ଷା ଅଧିକାରୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ , ଆଦି ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ବିଭାଗ ଗୁଡ଼ିକ ୪ ଦିନ ଯାକ ଲଗାତର ଜନଶୁଣାଣି ଶିବିର ଆୟୋଜନ କରାଇ ସର୍ବାଧିକ ଅଭିଯୋଗ ଗୁଡ଼ିକୁ ସମାଧାନ କରି ଦୈନନ୍ଦିନ ଅଭିଯୋଗ ଫଇସଲା ରିପୋର୍ଟ ଓ ହିତାଧିକାରୀ ଏବଂ ଅଭିଯୋଗ ପ୍ରକୋଷ୍ଠରେ ଲାଭାକୃତ ହୋଇଥିବା ଜନସାଧାରଣଙ୍କ ଚାକ୍ଷୁଷ ବା ଦୃଷ୍ଟିଗତ ଫଟୋ ଓ ଯୋଜନା ସଂପର୍କୀତ ସଫଳ କାହାଣୀ ଜିଲ୍ଲା ପ୍ରଶାସନକୁ ପଠାଇବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ବୈଠକରେ ନୋଡାଲ ଅଧିକାରୀ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,କଷ୍ଟୁରିବାଳା ଜେନା, ଡେପୁଟି କଲେକ୍ଟର, ନ୍ୟାୟିକ, ଅନନ୍ୟା ସୃଷ୍ଟି ଶତପଥୀ, ଡେପୁଟୀ କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ