ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାକବି ସୁବ୍ରମଣ୍ୟ ଭାରତୀଙ୍କୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ
ଭୁବନେଶ୍ୱର ,11 ଡିସେମ୍ବର (ହି.ସ.) କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ମହାନ କବି ଓ ଜାତୀୟ ଚେତନାର ପ୍ରତୀକ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନ ସୋସିଆଲ୍ ମିଡିଆରେ ସେୟାର୍ କରିଥିବା ଏକ ବାର୍ତାରେ କହିଛନ୍ତି ଯେ,
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ମହାକବି ସୁବ୍ରମଣ୍ୟ ଭାରତୀଙ୍କୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ


ଭୁବନେଶ୍ୱର ,11 ଡିସେମ୍ବର (ହି.ସ.) କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ମହାନ କବି ଓ ଜାତୀୟ ଚେତନାର ପ୍ରତୀକ ମହାକବି ସୁବ୍ରମଣ୍ୟ ଭାରତୀଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନ ସୋସିଆଲ୍ ମିଡିଆରେ ସେୟାର୍ କରିଥିବା ଏକ ବାର୍ତାରେ କହିଛନ୍ତି ଯେ, ଭାରତୀ ଜୀ ଏକ ପ୍ରଖର ରାଷ୍ଟ୍ରବାଦୀ, ଭାରତୀୟ ଭାଷାମାନଙ୍କର ପ୍ରବଳ ସମର୍ଥକ ଏବଂ ଜାତୀୟ ଏକତାର ଗୁରୁତ୍ୱପୂର୍ଣ୍ଣ ପ୍ରେରଣାସ୍ରୋତ ଥିଲେ।

ସେ ଲେଖିଛନ୍ତି ଯେ, ମହାକବି ଭାରତୀଙ୍କ ବୌଦ୍ଧିକ ପ୍ରତିଭା , ସମାଜିକ ସୁଧାର, ସମାଜିକ ନ୍ୟାୟ, ନାରୀ ସଶକ୍ତିକରଣ ସହିତ ପ୍ରଗତିଶୀଳ ଏବଂ ଏବଂ ଏକଜୁଟ ଭାରତ ପାଇଁ ତାଙ୍କ ଦୂରଦର୍ଶୀ ଚିନ୍ତାଧାରା ଆଗାମୀ ପିଢିମାନଙ୍କ ପାଇଁ ସଦା ମାର୍ଗଦର୍ଶକ ହେଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande