ଘରେପଶି ଦଳିଦେଲା ହାତୀ ମହିଳାଙ୍କ ମୃତ୍ୟୁ
ବଲାଙ୍ଗିର, ୧୧ ଡିସେମ୍ବର(ହି.ସ.) – ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ମନ୍ଦାର ପୁଟେଲ। ସ୍ୱାମୀ, ଶ୍ୱଶୁର ଓ ତିନି ଛୋଟ ଛୁଆଙ୍କ ସହ ଶୋଇ ଥିବାବେଳେ ଏକ ବଣୁଆ ହାତୀ ଘର ଭାଙ୍ଗି ପଶି ଆସି ମହିଳା
ଘରେପଶି ଦଳିଦେଲା ହାତୀ ମହିଳାଙ୍କ ମୃତ୍ୟୁ


ବଲାଙ୍ଗିର, ୧୧ ଡିସେମ୍ବର(ହି.ସ.) – ବଙ୍ଗୋମୁଣ୍ଡା ରେଞ୍ଜ ତୁରେକେଲା ଥାନା ଅନ୍ତର୍ଗତ ସାନବାଙ୍କୀ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା଼ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ମନ୍ଦାର ପୁଟେଲ। ସ୍ୱାମୀ, ଶ୍ୱଶୁର ଓ ତିନି ଛୋଟ ଛୁଆଙ୍କ ସହ ଶୋଇ ଥିବାବେଳେ ଏକ ବଣୁଆ ହାତୀ ଘର ଭାଙ୍ଗି ପଶି ଆସି ମହିଳାଙ୍କୁ ଦଳି ଦେଇଥିଲା। ତେବେ ଅନ୍ୟମାନେ ଅଳ୍ପକେ ବର୍ତି ଯାଇଥିଲେ। ଗତ ଏକ ସପ୍ତାହ ହେଲା ନୂଆପଡ଼ା ଜିଲାରୁ ପ୍ରାୟ ୩୦ ଟିକିଆ ହାତୀ ଦଳ ଆସି ବଲାଙ୍ଗୀର ଜିଲାର ତୁରେକେଲା ବ୍ଲକ ଅଂଚଳରେ ଆତଙ୍କ ଖେଳାଉଛନ୍ତି। ଦିନବେଳା ଜଙ୍ଗଲରେ ରହି ରାତିରେ ଗାଁ ମୁହାଁ ହେଉଛନ୍ତି ହାତୀପଲ। ବୁଧବାର ରାତିରେ ଖାଇପିଇ ସାରି ପରିବାର ଲୋକେ ଶୋଇଥିବା ବେଳେ ଗାଁକୁ ପଶି ଆସିଥିଲେ ହାତୀପଲ। ଘରକୁ ଭାଙ୍ଗି ଶୋଇଥିବା ଅବସ୍ଥାରେ ଆକ୍ରମଣ କରିବାରୁ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପ୍ରାଣ ବିକଳରେ ପରିବାରର ଅନ୍ୟ ସଦସ୍ୟମାନେ ଦୌଡ଼ି ଅନ୍ୟ ଘରକୁ ଯାଇଥିଲେ। ବନ ବିଭାଗ ଟିମ୍ ପହଂଚିଲା ପରେ ମୃତଦେହକୁ ଘର ଭିତରୁ ବାହାର କରାଯାଇଥିଲା। ତହସିଲଦାରଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ କରାଯାଇ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଫରେଷ୍ଟ ଡିପାର୍ଟମେଂଟ ପକ୍ଷରୁ ମୃତବ୍ୟକ୍ତିଙ୍କ ପରିବାରଙ୍କୁ ଅନୁକମ୍ପା ରାଶି ୧୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଜଣାପଡ଼ିଛି।

ହାତୀପଲ ୭ ଦିନ ଧରି ଏହି ଅଂଚଳରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ବଙ୍ଗୋମୁଣ୍ଡା ରେଞ୍ଜ ପକ୍ଷରୁ ହାତୀପଲଙ୍କୁ ଘଉଡ଼ାଇବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିବାରୁ ଜଣଙ୍କ ଜୀବନ ଚାଲିଗଲା ଓ ପରିବାର ଅନ୍ୟମାନେ ଅଳ୍ପକେ ବର୍ତି ଯାଇଥିବା ଗ୍ରାମବାସୀ କହିଛନ୍ତି। ତୁରନ୍ତ ହାତୀପଲଙ୍କଠାରୁ ଗାଁ ଲୋକଙ୍କୁ ସୁରକ୍ଷା ଦେବାକୁ ଦାବି ଜଣାଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande