ଗାୟତ୍ରୀ ପରିବାର ଆନୁକୂଲ୍ୟରେ ଜ୍ୟୋତି କଳସ ରଥ ପରିଭ୍ରମଣ
ଜୟପୁର, ୧୧ ଡିସେମ୍ବର (ହି.ସ.)- ଵୋରିଗୁମ୍ମା ଗାୟତ୍ରୀ ପରିବାର ଆନୁକୂଲ୍ୟରେ ମାତା ଭଗବତୀ ଦେବୀଙ୍କ ଶହେ ବର୍ଷ ଜନ୍ମଶତାବ୍ଦି ପୂର୍ତ୍ତି ଉଦ୍ଦେଶ୍ୟରେ ମା ଗାୟତ୍ରୀଙ୍କ ଦିବ୍ୟ ପ୍ରେରଣା ଓ ଶକ୍ତି ସଂଚାର କରି ସମସ୍ତ ଗ୍ରାମରେ ଅଖଣ୍ଡ ଭାରତବର୍ଷର ୨୪ ଶହ ତୀର୍ଥର ରଜ ଓ ଜଳକୁ ନେଇ ଶାନ୍ତିକୁଞ୍ଜ ତତ୍ତ୍ଵ
ଗାୟତ୍ରୀ ପରିବାର ଆନୁକୂଲ୍ୟରେ ଜ୍ୟୋତି କଳସ ରଥ ପରି ଭ୍ରମଣ


ଜୟପୁର, ୧୧ ଡିସେମ୍ବର (ହି.ସ.)- ଵୋରିଗୁମ୍ମା ଗାୟତ୍ରୀ ପରିବାର ଆନୁକୂଲ୍ୟରେ ମାତା ଭଗବତୀ ଦେବୀଙ୍କ ଶହେ ବର୍ଷ ଜନ୍ମଶତାବ୍ଦି ପୂର୍ତ୍ତି ଉଦ୍ଦେଶ୍ୟରେ ମା ଗାୟତ୍ରୀଙ୍କ ଦିବ୍ୟ ପ୍ରେରଣା ଓ ଶକ୍ତି ସଂଚାର କରି ସମସ୍ତ ଗ୍ରାମରେ ଅଖଣ୍ଡ ଭାରତବର୍ଷର ୨୪ ଶହ ତୀର୍ଥର ରଜ ଓ ଜଳକୁ ନେଇ ଶାନ୍ତିକୁଞ୍ଜ ତତ୍ତ୍ଵାବଧାନରେ ହରିଦ୍ଵାର ଠାରୁ ଆସିଥିବା ଜ୍ୟୋତି କଳସ ରଥ ଜୟପୁର ଠାରୁ ତିନି ଜିଲ୍ଲା ପ୍ରମୁଖ ବାଲ୍ମୀକି ପ୍ରଧାନଙ୍କ ଆହ୍ବାନ କ୍ରମେ

୩ ଦିନ ବ୍ୟାପି ଵୋରିଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନ ପରିଭ୍ରମଣ କରି ମା ଗାୟତ୍ରୀଙ୍କ ଦିବ୍ୟ ପ୍ରେରଣାକୁ ଗାୟତ୍ରୀ ମନ୍ତ୍ର ମାଧ୍ୟମରେ ଅଭିସିଞ୍ଚନ କରିଥିଲେ।ପରମ ପୂଜ୍ୟ ଗୁରୁଦେବ ବେଦ ମୂର୍ତ୍ତି, ତପନିଷ୍ଠ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ସଂକଳ୍ପ ମାନବ ମଧ୍ୟରେ ଦେବତ୍ୱ ଜାଗରଣ ଧରାରେ ସ୍ବର୍ଗର ଅବତରଣ ସଂକଳ୍ପକୁ ସାକାର କରିବା ନିମିତ୍ତ ଜନ ଜାଗରଣ ଓ ରାଷ୍ଟ୍ରୀୟ ଏକତା ସଦଭାବନା ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଚାନ୍ଦ ବେଢ଼ା, ଲାଠିକଟା, ହରିଡାଗୁଡାର ସମସ୍ତ ଘଞ୍ଚ ଉପବନ, ପର୍ବତ ଅତିକ୍ରମ କରି ଶେଷରେ ରଥ ଚମ୍ପା ପଦର ଠାରେ ପହଞ୍ଚି ଥିଲା। ସେଠାରେ ଗ୍ରାମବାସୀ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ। ଶେଷରେ ଚମ୍ପା ପଦର ଠାରେ ଦୀପ ପ୍ରଜ୍ବଳନ କରି ଦୀପ ମହାଯଜ୍ଞ ଆୟଜନ କରାଯାଇଥିଲା ।

ଦ୍ଵିତୀୟ ଦିବସରେ ଅଭିମନ୍ୟୁ ନାୟକ, ସାଗର ଶତପଥୀଙ୍କ ସହଯୋଗ, ମାର୍ଗ ଦର୍ଶନରେ କାଠରଗଡ଼ା, ମାକଡି ଅଟଳ, ତୁରୁଞ୍ଜିଗୁଡ଼ା, ରାଜାପୁଟ, କୁମୁଲୀ ଏବଂ ଶେଷରେ କାମତା ଠାରେ ମାଆ ମାଣିକେଶ୍ଵରୀ ମନ୍ଦିର ପ୍ରାଙ୍ଗଣ ମହାକ।ଳେଶ୍ୱର ମନ୍ଦିର ଠାରେ ଗ୍ରାମବାସୀଙ୍କ ଦ୍ଵାରା ଶତାଧିକ ଦୀପ ପ୍ରଜ୍ବଳନ କରି ଦୀପମହା ଯଜ୍ଞ ଆୟୋଜନ କରାଯାଇଥିଲା ।

ତୃତୀୟ ଦିବସ ସତ୍ୟ ପଟ୍ଟନାୟକ ଓ ଭାସ୍କର ପଟ୍ଟନାୟକଙ୍କ ସହାୟତାରେ କାମତାରୁ ରଥ ବାହାରି ନକୁଲଗୁଡା, ଝୋଡ଼ିଗୁଡା, କୁସୁମଗୁଡା, ଗୁଜୁନିଗୁଡା, ଟେଙ୍କର, ନୂଆଗୁଡା, ସିମଳାଗୁଡା, ଡ଼ାବୁଗୁଡା, ଜ।ମୁଣ୍ଡ। ତ୍ରିନାଥ ମନ୍ଦିର ଠାରେ ଦିପ ମହାଯଜ୍ଞ ହୋଇଥିଲା।

ଗ୍ରାମ ଭ୍ରମଣ କରୁଥିବା ସମୟରେ ଉକ୍ତ ରଥକୁ ସମସ୍ତ ହିନ୍ଦୁ ବ୍ରାହ୍ମଣ ପରିବାରର ଯୁବକ ଯୁବତୀ, ବୁଦ୍ଧିଜୀବୀ ଭକ୍ତ ବୃନ୍ଦ ଗ୍ରାମବାସୀଙ୍କ ସହଯୋଗରେ ସମସ୍ତ ଗ୍ରାମ ଗୁଡ଼ିକ ଉତ୍ସବ ମୁଖର ହୋଇ ଉଠିଥିଲା ଓ ଶଙ୍ଖ, ଘଣ୍ଟ , କୀର୍ତ୍ତନ ସହ ସମସ୍ତ ଗ୍ରାମର ଗ୍ରାମବାସୀ ବହୁ ଆନନ୍ଦ ଉଲ୍ଲାସ ସହ ସ୍ବାଗତ କରିଥିଲେ । ଓ ଦୀପ ଯଜ୍ଞର ପରିଚାଳନା ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷା ପ୍ରମୁଖ ରଜତ ଷଡ଼ଙ୍ଗୀ, ଵୋରିଗୁମ୍ମା ବ୍ଲକ ବ୍ରାହ୍ମଣ ସମାଜର ସଂଯୋଜକ, ଗାୟତ୍ରୀ ପାରିବାରର ସପ୍ତ ସୁତ୍ରୀ କାର୍ଯ୍ୟକ୍ରମ ପ୍ରମୁଖ ନିରଞ୍ଜନ ପାଣିଗ୍ରାହି, ଶାନ୍ତି କୁଞ୍ଜ ପ୍ରତିନିଧି ଲବ ହାତୀ ପରିଚାଳନା କରିଥିଲେ । ଏହି ରଥର ସାରଥି ରଞ୍ଜନ କୁମାର ଚିନ୍ଦା ଶାନ୍ତ ସ୍ଵଭାବ ସହ ରଥ ସୁପରିଚାଳନା କରିଥିଲେ । ଏଥିରେ ରବୀନ୍ଦ୍ର ସାହୁ, ଜୟନ୍ତ ଶତପଥୀ, ବିପିନ ଦାସ, ଅଜିତ ଶତପଥୀ, ଶ୍ରୀମତି ଯମୁନା ପ୍ରଧାନ, ମମତା ନାୟକ, କାହ୍ନେୟା ଚରଣ ବୈଦ୍ୟ, ଦୁର୍ଯୋଧନ ନାୟକ, ଲଳିତ ଗୌଡ଼, ଅଭିମନ୍ୟୁ ନାୟକ, ଲଡ଼ୁ କିଶୋର ପାଣିଗ୍ରାହି, ଅବୈଧ ପାଣିଗ୍ରାହି, ଜୟନ୍ତ ଶତପଥି, ସାଗର ଶତପଥି, ସଞ୍ଜୟ ଶତପଥୀ, ଗାୟତ୍ରୀ ପରିବାର ଏଥିରେ ବିଶେଷ ଯୋଗଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande