
ଗଞାମ, ୧୧ ଡିସେମ୍ବର (ହି.ସ.)-
ବ୍ରହ୍ମପୁର ଶରଧାବାଲି ୨ୟ ଲାଇନରେ ପ୍ରଭାତ ପଟ୍ଟନାୟକଙ୍କ ସଂଯୋଜନାରେ ଗୀତା ଜ୍ଞାନଯଜ୍ଞ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ଥର ପାଇଁ ବହ୍ମପୁର ଗୀତା ପାରାୟଣ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଗୀତା ପାଠ ଓ ଆବୃତ୍ତି କରିଥିଲେ । ଏହି ଧାର୍ମିକ କାର୍ଯ୍ୟକ୍ରମରେ ଶରଧାବାଲି ଅଂଚଳର ବହୁ ଧର୍ମ ପରାୟଣ ବ୍ଯକ୍ତି ଯୋଗଦେଇ ସହଯୋଗ କରିଥିଲେ । ପରଶେଷରେ ଉଦ୍ୟକ୍ତା ତଥା ଉତ୍କଳ ଗ୍ରାମ୍ଯ ବ୍ଯାଙ୍କ ପୂର୍ବତନ ପରିଚାଳକ ପ୍ରଭାତ ପଟ୍ଟନାୟକ ଆମ୍ବପୁଆ ଜଗନ୍ନାଥ ମନ୍ଦିରର ଅନ୍ନ ପ୍ରସାଦ ଆଣି ସମବେତ ଶ୍ରଦ୍ଧାଳୁମାନଙ୍କୁ ବିତରଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ