
କେନ୍ଦୁଝର, ୧୧ ଡିସେମ୍ବର (ହି.ସ.)- ସ୍ଥାନୀୟ କଲେଜରୋଡ଼ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର, ବଣିଆପାଟର ବାର୍ଷିକ ଜେଜେବାପା ଜେଜେମାଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଅବସରପ୍ରାପ୍ତ ଅତିରିକ୍ତ ଶ୍ରମ କମିଶନର ଉପେନ୍ଦ୍ର ମହାନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ବର୍ତ୍ତମାନ ସମୟର ଜେଜେବାପା ଜେଜେମାଆଙ୍କ ସମାଜରେ ଭୂମିକା ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ଆସିଥିବା ଜେଜେବାପା ଜେଜେମାଆ ମାନଙ୍କ ମଧ୍ୟରେ ବେଲୁନ ଫଟା ଓ ମ୍ୟୁଜିକ ଚେୟାର ଖେଳ କରାଯାଇ ପ୍ରଥମ, ଦ୍ଵିତୀୟ, ତୃତୀୟ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ. ଅନିଲ କୁମାର ଦାସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିବା ବେଳେ ଉପସଭାପତି ହୃଦାନନ୍ଦ ପ୍ରଧାନ, ସଂପାଦକ ଭାଗୀରଥି ଗିରି ଉପସ୍ଥିତ ରହି ବିଦ୍ୟାଳୟର କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ସଦସ୍ୟା ମନ୍ଦାକିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ବିଦ୍ୟାଳୟର ୪ର୍ଥ ଓ ୨ୟ ଶ୍ରେଣୀ ଭଉଣୀ ମାନଙ୍କ ଦ୍ବାରା ନୃତ୍ୟ ପରିବେଷଣ ବେଶ ମନୋମୁଗ୍ଧକର ଥିଲା । ତତସଂଗେ ସଂଗେ ଶିଶୁ ବାଟିକା ଶ୍ରେଣୀର ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ଵାରା ପ୍ରାତଃ ପର୍ଯ୍ୟ।ୟରେ ଫଳ ପ୍ରଦର୍ଶନୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA