
ଜୟପୁର, ୧୧ ଡିସେମ୍ବର (ହି.ସ.)- ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଗାର୍ଲସ ଏନସିସି କ୍ୟାଡେଟଙ୍କ ହିରା ଶିଶା କୃତିତ୍ୱ ହାସଲ କରିଛନ୍ତି । ଏନେଇ ଆଜି ବିଶ୍ୱବିଦ୍ୟାଳୟ ପରିସରରେ କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଏହି ସମୟରେ ଏ.ଏନ.ଓ. ଲେଫ୍ଟନାଣ୍ଟ ସନ୍ତୋଷିନୀ ମୁଣ୍ଡା ଉପସ୍ଥିତ ଥିଲେ । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ମାଉଣ୍ଟେନିରିଂ ଆଣ୍ଡ ଆଡଭେଞ୍ଚର ସ୍ପୋର୍ଟସ ( ନିମାସ) ଦିରାଙ୍ଗ, ପଶ୍ଚିମ କାମେଙ୍ଗ ଜିଲା, ଅରୁଣାଚଳ ପ୍ରଦେଶ ତରଫରୁ ମୌଳିକ ପବାତା ରୋହଣ ପାଠ୍ୟକ୍ରମ ବେସିକ ମାଉଣ୍ଟେନିରିଂ କୋର୍ସ ୧୭ ସେପ୍ଟେମ୍ବର ୨୦୨୫ ତାରିଖରୁ ଅକ୍ଟୋବର ୨୦୨୫ ପଯ୍ୟନ୍ତ ଆୟୋଜିତ ହୋଇଥିଲା । ଏହି କୋର୍ସରେ ହିରା ଶିଶା କୃତିତ୍ୱ ହାସଲ କରିଥିଲେ । ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ କ୍ୟାଡେଟ ହିରା ଶିଶାଙ୍କ ତାଙ୍କୁ କୃତିତ୍ୱ ପାଇଁ ସମ୍ବର୍ଦ୍ଧନା ଦେଇଛନ୍ତି । କ୍ୟାଡେଟ ହିରାଶିଶା ନିମାସ୍, ଦିରାଙ୍ଗ ଅରୁଣାଚଳ ପ୍ରଦେଶରୁ ୭୫ ଜଣଙ୍କ ସହିତ ପର୍ବତାରୋହଣ ଆରମ୍ଭ କରିଥିଲେ । ୨୪ ଦିନ ପରେ ଡାଓାଙ୍ଗ ଜିଲାର ଗୌରୀଚେନ ପର୍ବତକୁ ଚଢିଥିଲେ । ଯାହା ୬୪୮୮ ମିଟର ଥିଲା । କ୍ୟାଡେଟ ହିରା ଶିଶା ଜଣେ ସଚ୍ଚୋଟ ଏବଂ ପରିଶ୍ରମୀ କ୍ୟାଡେଟ । ସେ ମାନସିକ ଭାବରେ ସୁସ୍ଥ ଏବଂ କଠିନ ଜଳବାୟୁ ତଥା ସମସ୍ତ ପରିସ୍ଥିତିକୁ ସହ୍ୟ କରି ପରିଥିଲେ । ବ୍ୟକ୍ତିଗତ ଓ ଦଳ ଗତ ଇଭେଣ୍ଟଗୁଡିକରେ ତାଙ୍କର ପ୍ରଦର୍ଶନ ଉକୃଷ୍ଟ ଥିଲା । ସେ ୬୪୮୮ ମିଟର ପବାତାରୋହଣ କରିଥିଲେ । ସେ ସାଚ ହଜାର ମିଟର ପବାତାରୋହଣ ଚଢିପାରିବାର ଏକ ସଦସ୍ୟ ଭାବେ ଯୋଗ୍ୟତା ହାସଲ କରିଛନ୍ତି । ତାଙ୍କୁ ଏହି କୋର୍ସରେ ଦ୍ୱିତୀୟ ଶ୍ରେଷ୍ଠ ଛାତ୍ରୀ ଭାବରେ ବିବେଚିତ କରାଯାଇଥିଲା । କ୍ୟାଡେଟ ହିରାଙ୍କ କୃତିତ୍ୱ ପାଇଁ ନିସାସ ଅରୁଣାଚଳ ପ୍ରଦେଶର କଣ୍ଣେଲ ରଣବୀର ସଂହ ଜମ୍ବାଲ ଉଚ୍ଚ ପ୍ରଶଂସା କରି ପୁରସ୍କୁତ କରିଥିଲେ । କ୍ୟାଡେଟଙ୍କ ଏଭଳି କୃତିତ୍ୱ ପାଇଁ ଦୁଇ ଓଡିଶା ଗାର୍ଲସ ବାଟାଲିୟନର କମାଣ୍ଡିଙ୍ଗ ଅଫିସର କର୍ନେଲ ରାକେଶ ଚନ୍ଦ୍ର ଭରତଓାଲ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ବିଶ୍ୱବିଦ୍ୟାଳୟର କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ ପ୍ରଶଂସା କରି ସମ୍ବର୍ଦ୍ଧନା ଜଣାଇଛନ୍ତି । ଏ.ଏନ.ଓ ଲେଫ୍ଟନାଣ୍ଟ ସନ୍ତୋଷିନୀ ମୁଣ୍ଡା ତଥା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏହି କୃତିତ୍ୱ ପାଇଁ ପ୍ରଶଂସା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି