କଦମପଡା ଶିଶୁମନ୍ଦିରରେ “ଭାରତୀୟ ଭାଷା ଦିବସ” ପାଳିତ
ବଲାଙ୍ଗିର, ୧୧ ଡିସେମ୍ବର (ହି.ସ.)- ଆଜି ଵଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ‘ଭାରତୀୟ ଭାଷା ଦିବସ’ ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ସହକାରୀ ପ୍ରଧ୍ୟାପକ, ଶିକ୍ଷକ ଶିକ୍ଷା ବିଦ୍ୟାଳୟ,ବଲାଙ୍ଗୀ
କଦମପଡା ଶିଶୁମନ୍ଦିରରେ “ଭାରତୀୟ ଭାଷାଦିବସ” ପାଳିତ


କଦମପଡା ଶିଶୁମନ୍ଦିରରେ “ଭାରତୀୟ ଭାଷାଦିବସ” ପାଳିତ


କଦମପଡା ଶିଶୁମନ୍ଦିରରେ “ଭାରତୀୟ ଭାଷାଦିବସ” ପାଳିତ


କଦମପଡା ଶିଶୁମନ୍ଦିରରେ “ଭାରତୀୟ ଭାଷାଦିବସ” ପାଳିତ


ବଲାଙ୍ଗିର, ୧୧ ଡିସେମ୍ବର (ହି.ସ.)- ଆଜି ଵଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ‘ଭାରତୀୟ ଭାଷା ଦିବସ’ ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ସହକାରୀ ପ୍ରଧ୍ୟାପକ, ଶିକ୍ଷକ ଶିକ୍ଷା ବିଦ୍ୟାଳୟ,ବଲାଙ୍ଗୀର ଜିତେନ୍ଦ୍ରୀୟ ତ୍ରିପାଠୀ ଯୋଗ ଦେଇଥିଲେ । ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ପଟ୍ଟନାୟକ, ଅଙ୍କିତା ସେଠ, ତୃପ୍ତିମୟୀ ପାଢୀ, ସ୍ମୃତିଶିଖା ପାଢୀ, ଶ୍ରୀମୟୀ ପଣ୍ଡା ଓ ଅରୁଣିମା ଗୁରୁ ସମବେତ ସଙ୍ଗୀତ ଗାନ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଂଯୋଜନା ଛାତ୍ରୀ ପ୍ରଗତି ଦାଶ୍, ବିଶାଖା ମେହେର ଓ ଈପସିତା ଅପରାଜିତା ସାହୁ କରିଥିଲେ ।

ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ‌ କହିଥିଲେ ଯେ, ଭାରତର ଭାଷା ଭିନ୍ନ ଭିନ୍ନ ମାତ୍ର ଆମ ସଂସ୍କୃତି ଏକ । ପରେ ସଭାପତି ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ ଆଚାର୍ଯ୍ୟ ପ୍ରତିନିଧି ଗୁରୁଜୀ ଶିବପ୍ରସାଦ ଶତପଥି କରିଥିଲେ । ଏହିପରି ଗୁରୁମା ଭାରତୀ ସାହୁଙ୍କ ସଞ୍ଚାଳନରେ କାର୍ଯ୍ୟକ୍ରମଟି ସଫଳତାର ସହ ସଂପୂର୍ଣ୍ଣ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande