କବି ବିଜୟ ରାୟ ପାଇବେ ଜୟରାଷ୍ଟ୍ର କବିତା ସମ୍ମାନ
କେନ୍ଦ୍ରାପଡ଼ା, ୧୧ ଡିସେମ୍ବର(ହି.ସ.) – ଚଳିତ ବର୍ଷ ସରସ୍ୱତୀ ଦେବୀ ସ୍ମାରକୀ ଜୟ ରାଷ୍ଟ୍ର କବିତା ସମ୍ମାନ ପାଇବା ବିଶିଷ୍ଟ କବି ବିଜୟ ରାୟ। ଡିସେମ୍ବର ୨୧ ତାରିଖରେ କେନ୍ଦ୍ରାପଡ଼ାରେ ହେବାକୁ ଥିବା ''ରାଷ୍ଟ୍ରବାଦୀ କବିତା ମହୋତ୍ସବ''ରେ ଏହି ସମ୍ମାନ ପ୍ରଦାନ କରାଯିବ। ଆୟୋଜକ ''ଜୟ ରାଷ୍ଟ୍ର ଚାରି
--କବି ବିଜୟ ରାୟ ପାଇବେ “ଜୟରାଷ୍ଟ୍ର କବିତା ସମ୍ମାନ”


କେନ୍ଦ୍ରାପଡ଼ା, ୧୧ ଡିସେମ୍ବର(ହି.ସ.) – ଚଳିତ ବର୍ଷ ସରସ୍ୱତୀ ଦେବୀ ସ୍ମାରକୀ ଜୟ ରାଷ୍ଟ୍ର କବିତା ସମ୍ମାନ ପାଇବା ବିଶିଷ୍ଟ କବି ବିଜୟ ରାୟ। ଡିସେମ୍ବର ୨୧ ତାରିଖରେ କେନ୍ଦ୍ରାପଡ଼ାରେ ହେବାକୁ ଥିବା 'ରାଷ୍ଟ୍ରବାଦୀ କବିତା ମହୋତ୍ସବ'ରେ ଏହି ସମ୍ମାନ ପ୍ରଦାନ କରାଯିବ। ଆୟୋଜକ 'ଜୟ ରାଷ୍ଟ୍ର ଚାରିଟେବୁଲ ଟ୍ରଷ୍ଟ' ପକ୍ଷରୁ ଏ ନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ତେବେ ସମ୍ମାନ ସ୍ୱରୂପ ଫଳକ, ଅଙ୍ଗବସ୍ତ୍ର ଓ ନଗଦ ୫ ହଜାର ଟଙ୍କା ପ୍ରଦାନ କରାଯିବ। ଯାଜପୁର ଜିଲ୍ଲା କୁଆଁରପୁର ଠାରେ ଜନ୍ମଗ୍ରହଣ କରିଥିବା କବି ବିଜୟ ରାୟ ନିଜ ସ୍ୱତନ୍ତ୍ର ଶୈଳୀର ଶବ୍ଦ ସଂଯୋଜନା ପାଇଁ ପାଠକ ମହଲରେ ବେଶ ପରିଚିତ। ରାଉରକେଲାର ଗାନ୍ଧୀ ମହାବିଦ୍ୟାଳୟ ରୁ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଭାବେ ଅବସର ଗ୍ରହଣ କରିଥିବା କବି ବିଜୟ ରାୟଙ୍କର କବିତା ପୁସ୍ତକ କିଛି ପଚାରନା, ଅନ୍ଧ ନିଦ, ଦୃଶ୍ୟ ଭେଦ, ସ୍ୱପ୍ନ ମଲାଟ ପ୍ରଭୃତି ବେଶ୍ ପାଠକୀୟ ଆଦୃତି ଲାଭ କରିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande