
ଜୟପୁର, ୧୧ ଡିସେମ୍ବର (ହି.ସ.)-
ରୋଟାରୀ ବ୍ଲକ ଜୟପୁର ପ୍ରାଇଡ ତରଫରୁ ଶୀତ ପାଇଁ କମ୍ବଳ ବଣ୍ଟନ କରାଯାଇଛି । କୋରାପୁଟ ଜିଲାରେ ଶୀତର ପ୍ରକୋପ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜୟପୁର ବ୍ଲକ ଅନ୍ତର୍ଗତ ବାରିଣିପୁଟ ପହଞ୍ଚୟତର ମହୁଲ ଭଟ୍ଟା, ଗଢିଗୁଡା, ଶୁଣ୍ଠିଗୁଡା ରାଣ୍ଡିପାଲ୍ଲି ପଞ୍ଚାୟତର କଣ୍ଡାପୁଟ ଗ୍ରାମରେ ପ୍ରାୟ ଏକ ଶହ କମ୍ବଳ ବଣ୍ଟନ କରାଯାଇଛି ।
କମ୍ବଳ ବଣ୍ଟନ ସମୟରେ ପ୍ରାଇଡର ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାମ ସାହୁ, କାଳୁ ରାମ ପଣ୍ଡା, ସଞ୍ଜିବ ମିଶ୍ର, ମୁରଲି ସାବତ, ନରେଶ ମହାକୁଳ, ଜ୍ୟୋତି ଭୋଇ, ବିଭୁ ପଣ୍ଡା, ସ୍ନେହିତ ମିଶ୍ର, ବର୍ଷା ବଣ୍ଣାଳି ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି