
କେନ୍ଦୁଝର, 11 ଡିସେମ୍ବର (ହି.ସ.)କେନ୍ଦୁଝର ଜିଲ୍ଲାରେ ଚାଲିଛି ଅବୈଧ ଜୁଆଖେଳ, ଜୁଆ ଆଡ୍ଡା ରେ ପୋଲିସ୍ ପ୍ରଶାସନ ପକ୍ଷରୁ ଅତର୍କିତ ଚଢାଉ। ଯାହାକି ସୂଚନା ରହିଛି ଗତକାଲି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଗୁରୁବେଡା ଗ୍ରାମରେ ବେଆଇନ ଜୁଆଖେଳ ଓ କୁକୁଡା ଲଢେଇ ବେଳେ ପୁଲିସ ପ୍ରଶାସନ ପକ୍ଷରୁ ଅତର୍କିତ ଚଢାଉ କରିଛି । ଏହି ଚଢ଼ାଉରେ ଗୋଟିଏ ବେlଲେରୋ ସହିତ ଏକତିରିଶଟି ମୋଟର ସାଇକେଲ ଜବତ ଏବଂ ଦଶ ଜଣକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତେର ହଜାର ନଅସହ ଷାଠିଏ ଟଙ୍କା ଓ ପାଞ୍ଚୋଟି ମୋବାଇଲ ଜବତ କରିଛି ପୋଲିସ୍l ଏଠାରେ କୁକୁଡା ଲଢେଇ ସହ ଜୁଆଖେଳ ଚାଲିଥିବା ବିସ୍ବସ୍ଥ ସୂତ୍ରରୁ ଖବର ପାଇ ବାମେବାରୀ ପେlଲିସ ଚଢାଉ କରିଥିବା ବେଳେ ଚଢାଉ ସମୟରେ ଯୁଆଡି ମାନେ ଘଟଣା ସ୍ଥଳରେ ପେlଲିସକୁ ଗାଳିଗୁଲଜ କରିବା ସହ ଆକ୍ରମଣ କରି ପଥରମାଡ କରିଥିଲେ, ସେ ମଧ୍ୟରୁ ଦଶଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କେlର୍ଟ ଚାଲାଣ କରିଥିବା ଏକ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA