ଖଡ଼ିଆଳରେ ବୃଦ୍ଧି ପାଉଛି ଚୋରି ଘଟଣା
ନୂଆପଡ଼ା,୧୧ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି କିନ୍ତୁ ଏପର?୍ୟ୍ୟନ୍ତ କୌଣସି ଚୋର ଧରା ପଡୁ ନାହାନ୍ତି। ଗତକାଲି ରୋହିତ ଅଗ୍ରୱାଲଙ୍କ ରୋହିତ ପୂଜା ଦୋକାନରୁ ଚୋର ଚାଳିଶ ହଜାର ଟଙ୍କା ଚୋରି କରି ନେଇ ଯାଇଛନ୍ତି। ଗତ କୋଡ଼ିଏ ଦିନ ମଧ୍ୟରେ ଏହା ତୃତ
Khadial re chori


ନୂଆପଡ଼ା,୧୧ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି କିନ୍ତୁ ଏପର?୍ୟ୍ୟନ୍ତ କୌଣସି ଚୋର ଧରା ପଡୁ ନାହାନ୍ତି। ଗତକାଲି ରୋହିତ ଅଗ୍ରୱାଲଙ୍କ ରୋହିତ ପୂଜା ଦୋକାନରୁ ଚୋର ଚାଳିଶ ହଜାର ଟଙ୍କା ଚୋରି କରି ନେଇ ଯାଇଛନ୍ତି। ଗତ କୋଡ଼ିଏ ଦିନ ମଧ୍ୟରେ ଏହା ତୃତୀୟ ଘଟଣା ବୋଲି ଜଣାପଡ଼ିଛି। ପୂର୍ବରୁ ମଧ୍ୟ ଦୁଇଟି ଦୋକାନରୁ ଚୋରି ହୋଇସାରିଛି। ଏନେଇ ଆଜି ଖଡ଼ିଆଳ ବ୍ୟବସାୟୀ ସଂଘ ତରଫରୁ ଖଡ଼ିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ ଓ ଆଇଆଇସି ଦିଲୀପ ସାହୁଙ୍କୁ ଭେଟି ଚୋର ମାନଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ନ ହେଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦିଆଯାଇଛି। ଏସଡିପିଓ ଓ ଆଇଆଇସିଙ୍କୁ ଭେଟିବା ସମୟରେ ଖଡିଆଳ ବ୍ୟବସାୟୀ ସଂଘ ସଭାପତି ରଶ୍ମି ରଂଜନ ଚଲାନ, ସମ୍ପାଦକ ସମ୍ବିଦ ପଣ୍ଡା, ଅଜିତ ଚନ୍ଦ୍ର ପ୍ରଧାନ, ରଜତ ଅଗ୍ରୱାଲ, ରୋହିତ ଅଗ୍ରୱାଲ, ବିକାଶ ମେହେର, ଈଶ୍ୱର ଅଗ୍ରୱାଲ, ଦିପେଶ ଖମାରୀ, ଶିବ ସିଂଙ୍ଘଲ, ବସନ୍ତ ସାହୁ, ଆଶିଷ ଅଗ୍ରୱାଲ, ଯୋଗେଶ ଗୋୟଲ, ଉମେଶ ମେହେର, ସିଧୁ ମେହେର, ପ୍ରଭାକର ମେହେର, ଗୋପାଳ ବାବୁ ସମେତ ଶତାଧିକ ବ୍ୟବସାୟୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande