ନୂଆପଡା ଜିଲ୍ଲାପାଳଙ୍କ କୃଷି ବିଭାଗ କାର୍ଯ୍ୟାବଳୀ ସମୀକ୍ଷା,ଜିଲ୍ଲାର ପ୍ରତି ପଂଚାୟତରେ ଆରମ୍ଭ ହେବ ଆଦର୍ଶ କୃଷି ଗ୍ରାମ
ନୂଆପଡ଼ା, ୧୧ ଡ଼ିସେମ୍ବର (ହି.ସ.)- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାବଳୀ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରି ବିଭାଗର କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ । ଆଜି
Krushi bibhag samikya baithak


ନୂଆପଡ଼ା, ୧୧ ଡ଼ିସେମ୍ବର (ହି.ସ.)- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୃଷି ବିଭାଗ କାର୍ଯ୍ୟାବଳୀ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରି ବିଭାଗର କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ । ଆଜିର ବୈଠକରେ ଜିଲ୍ଲାରେ କୃଷି ଓ କୃଷକଙ୍କ ଉନ୍ନତି ଦିଗରେ ଜିଲ୍ଲା ପ୍ରଶାସନ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତ ସଦର ମହକୁମା ଗ୍ରାମକୁ ଆଦର୍ଶ କୃଷି ଗ୍ରାମରେ ପରିଣତ କରିବାକୁ ଆଜି ଜିଲ୍ଲାପାଳ ଘୋଷଣା କରିଛନ୍ତି କ୍ଷ ସେ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ୧୩୧ ଗ୍ରାମ ପଂଚାୟତ ସଦର ମହକୁମା ଗ୍ରାମକୁ ଆଦର୍ଶ କୃଷି ଗ୍ରାମ ଭାବରେ ଗ୍ରହଣ କରାଯିବା । ଏହି ଗ୍ରାମଗୁଡିକରେ ସମସ୍ତ କୃଷି ଓ ଆନୁସଙ୍ଗିକ ବିଭାଗ ସମ୍ବନ୍ଧିୟ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ଗ୍ରାମଗୁଡିକରେ ରାସାୟନିକ ସାର ବଦଳରେ ଜୈବିକ ସାର ବ୍ୟବହାର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। କୃଷି ଏବଂ ସଂଲଗ୍ନ ବିଭାଗକୁ ଆଦର୍ଶ କୃଷି ଗ୍ରାମ ପାଇଁ ଏସଓପି ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦର୍ଶ ଗ୍ରାମ ଗୁଡ଼ିକୁ ଅନୁସରଣ କରି ଅନ୍ୟ ଗ୍ରାମ ଗୁଡ଼ିକ ମଧ୍ୟ ପର୍ଯ୍ୟାୟ କ୍ରମେ ସମୃଦ୍ଧ ହୋଇ ପାରିବେ । ଏହି ଅବସରରେ, କୃଷକ ରେଜିଷ୍ଟ୍ରି, ସିଏମ କିଷାନ, ପିଏମ କିଷାନ ହିତାଧୀକାରୀ ଚୟନ, ଫସଲ କାଟିବା ଇତ୍ୟାଦି ସମସ୍ତ ଯୋଜନାର ସମୀକ୍ଷା କରାଯାଇଛି । ଏହି ସମୀକ୍ଷା ବୈଠକରେ ଯୁନାନି ଗ୍ରାମର ଜଣେ ସଫଳ ଚାଷୀ ଲୋକନାଥ ଖରସେଲଙ୍କୁ ଜିଲ୍ଲାପାଳ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ଖରସେଲ ଧାନ, କପା, ମୁଗ, ବିରି ଇତ୍ୟାଦି ସମନ୍ୱିତ ଚାଷ କରି ନିଜ ଜମିରୁ ବାର୍ଷିକ ୪/୫ ଲକ୍ଷ ଟଙ୍କା ରୋଜଗାର କରି ପାରୁଛନ୍ତି କ୍ଷ ସେ ଅନ୍ୟ ଚାଷୀ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ଏହି ସମୀକ୍ଷା ବୈଠକରେ ଏଡିଏଓ, ଖରିଆର ସୋମନାଥ ମହାପାତ୍ର, ବିଏଓ, ନୂଆପଡା, ବୋଡେନ, ଖରିଆର, ସିନାପାଲି ପ୍ରମୁଖ ଏବଂ ଅନ୍ୟ କୃଷି ଅଧିକାରୀମାନେ ଯୋଗ ଦେଇଥିଲେ । ସମନ୍ୱିତ କୃଷି ମାଧ୍ୟମରେ କୃଷକ ତଥା ପ୍ରବାସୀ ଶ୍ରମିକ ମାନଙ୍କ ଜୀବନର ମାନ ଉନ୍ନତ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande