
କେନ୍ଦୁଝର, ୧୧ ଡିସେମ୍ବର (ହି.ସ.)- ମୂଷାଖରୀ ଖେଳ ପଡ଼ିଆ ଠାରେ ମା ବାଶୁଳି କ୍ରିକେଟ କ୍ଳବ୍ ଆନୁକୂଲ୍ୟରେ ବୁଧବାର ଟି- ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଜିଲ୍ଲା ତଥା ଜିଲ୍ଲା ବାହାରରୁ ୧୬ଟି ପ୍ରତିଷ୍ଠିତ କ୍ରିକେଟଦଳ ଅଂଶଗ୍ରହଣ କରିଛନ୍ତି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୂଷାଖୋରୀ ସରପଞ୍ଚ ଭାମାମଣି ଦାସ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ୍ ଗୁଣ୍ଡୁରିପଶି ଏକାଦଶ ଏବଂ ବଡ଼ବିଲ ଏକାଦଶ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ଏହି ଟୁର୍ଣ୍ଣାମେଣ୍ଟରେ ଅମ୍ପ୍ୟାୟାର ଭାବେ ରୁଦ୍ର ନାଏକ ଓ ମହେନ୍ଦ୍ର ଦାସ ଖେଳ ପରିଚାଳନା କରିଥିଲେ। ମା ବାଶୁଳି କ୍ରିକେଟ କ୍ଳବ୍ ର ସୁଶୀଲ ସେଠୀ, ଆଲୋକ ସେଠୀ, ବାବୁଲା ସେଠୀ, ସିପୁ ସେଠୀ, ଭିକି ସେଠୀ, ପିଙ୍କୁ ସେଠୀ, ବୁବୁନ ସେଠୀ, ସୁବ୍ରତ ସେଠୀ, ଶିବ ଶଙ୍କର ସେଠୀ, ପ୍ରଦୀପ ମହାନ୍ତ, ରମେଶ ମାଝୀ, ମଣ୍ଟୁ ନାଏକ, ମହେନ୍ଦ୍ର ଦାସ, ରଜତ ସେଠୀ ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରୁଛନ୍ତି। ଆସନ୍ତା ୧୪ ତାରିଖ ଦିନ ଏହି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେବ ବୋଲି କ୍ଳବ ତରଫରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA