ଖୁବଶୀଘ୍ର ବସିବ ମହାନଦୀ ଉଚ୍ଚସ୍ତରୀୟ କମିଟି ବୈଠକ
ଭୁବନେଶ୍ୱର ,୧୧ ଡିସେମ୍ବର (ହି.ସ.)- ମହାନଦୀ ଜଳ ବିବାଦକୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଖୁବ ଶୀଘ୍ର ବସିବ। ଏଥିପାଇଁ ସମସ୍ତ ତଥ୍ୟ ପ୍ରସ୍ତୁତ କରିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ମହାନଦୀ
ଖୁବଶୀଘ୍ର ବସିବ ମହାନଦୀ ଉଚ୍ଚସ୍ତରୀୟ କମିଟି ବୈଠକ


ଭୁବନେଶ୍ୱର ,୧୧ ଡିସେମ୍ବର (ହି.ସ.)- ମହାନଦୀ ଜଳ ବିବାଦକୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ଖୁବ ଶୀଘ୍ର ବସିବ। ଏଥିପାଇଁ ସମସ୍ତ ତଥ୍ୟ ପ୍ରସ୍ତୁତ କରିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।

ମହାନଦୀ କମିଟିର ସଦସ୍ୟ ତଥା ରାଜସ୍ୱ ମନ୍ତ୍ରୀ କହିଛନ୍ତି ଗତକାଲି ଜଲସମ୍ପଦ ବିଭାଗ ସଚିବ ଙ୍କ ସହ କମିଟି ଅଧ୍ୟକ୍ଷ କେ ଭି ସିଂ ଦେଓ କଥା ହୋଇଛନ୍ତି। ଖୁବଶୀଘ୍ର ଜଲସମ୍ପଦ ବିଭାଗ ସମସ୍ତ ବୈଷୟିକ ଦିଗ ଉପରେ ରିପୋର୍ଟ ଦେବେ। ଛତିଶଗଡ଼ ଏହା ଭିତରେ ଅନେକ ବ୍ୟାରେଜ ନିର୍ମାଣ କରି ଦେଇଛି। କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାର ସହ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଏହି କମିଟି କାମ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande