

ସମ୍ବଲପୁର, ୧୧, ଡିସେମ୍ବର (ହି.ସ.) - ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ 'ସକ୍ଷୀ' ସହାୟତାରେ ହୋଇଆସୁଥିବା ୧୬ ଦିନିଆ ମହିଳା ହିଂସା ଅଭିଯାନ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ 'ସଖି'ର ମୁଖ୍ୟ ପ୍ରଶାସିକା ମୌସୁମୀ ଡୋରା ସ୍ୱାଗତ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇଥିଲେ । ଏଡ୍ଏଟ୍ ଆକ୍ସନର ଜିଲ୍ଲା ସଂଯୋଜିକା ସୁନୀତା ତ୍ରିପାଠୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଏବଂ ଜିଲ୍ଲାରେ ୧୬ ଦିନର ଏହି କାର୍ଯ୍ୟକ୍ରମରେ ନିଆ ଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ସାହୁ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ପ୍ରତି ହେଉଥିବା ହିଂସା ଓ ନିରାକରଣ ସମ୍ପର୍କରେ ସୁଚିନ୍ତିତ ମତାମତ ରଖିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସୁଚିସ୍ମିତା ପଟ୍ଟନାୟକ ନିଜ ବକ୍ତବ୍ୟରେ ମହିଳା ଓ ଶିଶୁ ମାନଙ୍କର ପାଇଁ ଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ମହଲଙ୍କୁ ସଚେତନ ପ୍ରଦାନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମୃତ୍ୟୁଞ୍ଜୟ ବଡ଼ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କ ଉପରେ ହେଉଥିବା ହିଂସାକୁ ରୋକିବା ଦିଗରେ ସମସ୍ତଙ୍କ ଚେଷ୍ଟା ଓ ଅବାରିତ ଉଦ୍ୟମ ରହିଲେ ଏହି ଘୃଣ୍ୟ ସାନସିକତା ଦୂର ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। 'ଆଶା' ମ୍ୟାନେଜର ସସ୍ମିତା ପଣ୍ଡା ନିଜ ବ୍ୟକ୍ତବରେ ମହିଳା ମାନେ ସର୍ବଦା ନିଜର ଆଚରଣ ଓ ଉଚ୍ଚାରଣ ପ୍ରତି ଶୃଙ୍ଖଳିତ ରହିବା ସହ ନିଜ ପ୍ରତି ହେଉଥିବା ହିଂସାର ପ୍ରତିରୋଧ ନିଜେ କରିବା ପାଇଁ ଆହ୍ୱାନ ଦେଇଥିଲେ। କିଶୋର ନ୍ୟାୟ ପରିଷଦ ସଭ୍ୟା ବାଣୀ ମହାପାତ୍ର ମହିଳା ମାନଙ୍କର ଉପରେ ହେଉଥିବା ବିଭିନ୍ନ ହିଂସାର ପ୍ରକାର ଓ ଭେଦ ଉପରେ ବିଭିନ୍ନ ଉଦାହରଣ ଦେଇ ଆଲୋଚନା କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସଭ୍ୟ ସୁବଳ ଗଡଟିଆ ମହିଳା ମାନଙ୍କ ସୁରକ୍ଷା ପାଇଁ ଥିବା ବିଭିନ୍ନ ଆଇନ ସମ୍ପର୍କରେ ସୂଚନା ପ୍ରଦାନ ପୂର୍ବକ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପ୍ରୋଗ୍ରାମ ଅଫିସର, ଜିଲ୍ଲା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଓ ଧନକଉଡ଼ା ଅଙ୍ଗନୱାଡ଼ି କର୍ମୀ, କିଶୋର ବାଳକ ବାଳିକା, ପାରାଲିଗାଲ କର୍ମୀ, ହବ୍ ର କର୍ମକର୍ତା ଓ ଶିଶୁ ସୁରକ୍ଷା ବିଭାଗର କର୍ମକର୍ତା ମାନେ ଯୋଗ ଦେଇଥିଲେ । 'ସଖି' ପ୍ରମୁଖ କାଉନସିଲର ଜ୍ୟୋତି ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ 'ସଖି' ର ପାରାଲିଗାଲ କର୍ମୀ ଗାର୍ଗୀ ପଣ୍ଡା ଉପସ୍ଥିତ ମହଲଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ