
ଭଦ୍ରକ, ୧୧ ଡିସେମ୍ବର (ହି.ସ.) - ଭୁବନେଶ୍ୱର ଭାରତ ସ୍କାଉଟ ଗାଇଡ ତରଫରୁ ନଭେମ୍ବର ୨୬ ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ କବ ବୁଲବୁଲ ଉତ୍ସବ ରେ ଭଦ୍ରକ ଏନସି ନୋଡାଲ ହାଇସ୍କୁଲ ର ୧୨ ଜଣ କବ୍ ବୁଲବୁଲ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ରେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ୨୦ ଟି ଜିଲ୍ଲାରୁ ୭୦୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ସେଥିରେ ଏନ ସି ନୋଡାଲ ହାଇସ୍କୁଲ ୯ ଟି ମେଡାଲ ଓ ୩ଟି ଟ୍ରଫି ହାସଲ କରି ଥିବାରୁ ୧୨ ଜଣ ପିଲାଙ୍କୁ ପ୍ରଧାନ ଶିକ୍ଷକ ଓ ଆମ ସ୍କୁଲ ର କର୍ମକର୍ତା ମାନେ ସ୍ୱାଗତ କରିଥିଲେ ତଥା ସେମାନଙ୍କ ଗାଇଡ ଫ୍ଲକ୍ ଲିଡର ରଶ୍ମିତା ଦାଶ ଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧିତ କରିଥିଲେ।ଏହି ସଫଳତା ପାଇଁ ଶିକ୍ଷୟିତ୍ରୀ ରଶ୍ମିତା ଦାଶ ଭଦ୍ରକ ଜିଲ୍ଲା ତଥା ବ୍ଲକ ଶିକ୍ଷାଧିକାରୀ ,ପ୍ରଧାନ ଶିକ୍ଷକ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ,ଆମ ସ୍କୁଲ ଅଭିଯାନ ର କର୍ମକର୍ତା ଙ୍କୁ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ