
ବଲାଙ୍ଗୀର, ୧୧ ଡିସେମ୍ବର(ହି.ସ.) – ନଟରାଜ କଳା ପରିଷଦ ଦ୍ୱାରା ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ସାଂସ୍କୃତିକ, କଳା ଏବଂ ପୁରୁଣା ଲୋକକଥା କୁ ନେଇ ନାଟକ ୩ ଦିନ ଧରି ପୁରୁଣା ମଂଚରେ ଆୟୋଜିତ ହେବ। ୧୨ ଡିସେମ୍ବର ଶୁକ୍ରବାର ୧୪ ଡିସେମ୍ବର ରବିବାର ଦିନ ପର୍ଯ୍ୟନ୍ତ ଧରି ନାଟକ ଆୟୋଜିତ ହେବ। ପ୍ରଥମ ନାଟକ ବା, ଯାଦୁବାଲା ଦ୍ୱିତୀୟ ଏବଂ ସନ୍ଧ୍ୟାରେ ଉଦ୍ଘାଟନ ଓ ମଂଚପୂଜା ଓ ସାଂସ୍କୃତିକ କୋସଲି ଗର୍ବ ଗୌରବ ନାଟକ ସମ୍ମାନ ଓ ସ୍ମରଣିକା ଆୟୋଜିତ ହେବ ଏବଂ ସ୍ମରଣିକା ତାଣ୍ଡବ ଉନ୍ମୋଚିତ ହେବ। ଏହି ନାଟକ ଉତ୍ସବ ସ୍ୱର୍ଗତ ସୁବାଷ ପୁଝାରୀଙ୍କ ସ୍ମୃତିରେ କୋଶଳ ଗୌରବ ନାଟକ ସମ୍ମାନ ଅବଦୁଲ ଜମାଲ ଖାନଙ୍କୁ ସମ୍ମାନିତ କରାଯିବ। ଦ୍ୱିତୀୟ ଦିନରେ ସ୍ୱର୍ଗତ ଲଳିତ ନାୟକଙ୍କ ସ୍ମୃତି ରେ ଡା. ରୁଦ୍ର ନାରାୟଣ ପଟେଲଙ୍କୁ ସମ୍ମାନିତ କରାଯିବ। ତୃତୀୟ ସନ୍ଧ୍ୟାରେ ସ୍ୱର୍ଗତ ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଯୁବ କଳାକାର ନଟରାଜ ସମ୍ମାନ ଦିଆଯିବ। ଏହି ଉତ୍ସବ ପ୍ରତ୍ୟେକ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ଏବଂ ନଟରାଜ କଳାପରିଷଦର କଳାକାରମାନଙ୍କୁ ନେଇ ଦିର୍ଘ ଏକମାସ ରୁ ଉର୍ଦ୍ଧ୍ୱ ହେବ ଆଖଡା ଶାଳ ହୋଇଥିଲା। ସଂପାଦକ ପ୍ରହଲ୍ଲାଦ ଦର୍ଜି ଏବଂ ଡ. ଶ୍ରୀ ମିଶ୍ର ଅଧ୍ୟକ୍ଷ, ସଭାପତି ହରିନାରାୟଣ ପୁଜାରୀ, ପ୍ରଶାନ୍ତ ଖମାରୀ ଏବଂ ସତ୍ୟବ୍ରତ ଦାଶ ସୂଚନା ପ୍ରଦାନ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ