
କୋରେଇ, ୧୧ ଡିସେମ୍ବର (ହି.ସ.)- ମୂଳାପାଳସ୍ଥିତ ଲିଙ୍ଗେଶ୍ୱର ଉନ୍ନୟନ କମିଟିର ପ୍ରତିଷ୍ଠାତା ସଦସ୍ୟ ପୂର୍ବତନ ସଭାପତି ଓ ସମ୍ପାଦକ ତଥା ଲିଙ୍ଗେଶ୍ୱର ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ସଭ୍ୟ, ପ୍ରଥମ ସମ୍ପାଦକ ଦାମୋଦର ଧଳ (୭୬)ଙ୍କର ଗତ ୮ ତାରିଖ ପ୍ରାତଃ ଭ୍ରମଣ ସମୟରେ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା । ଲିଂଗେଶ୍ୱର ଉନ୍ନୟନ କମିଟି ପକ୍ଷରୁ ଲିଙ୍ଗେଶ୍ୱର ମଣ୍ଡପ ଠାରେ ଦାମୋଦର ଧଳଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଂଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଉନ୍ନୟନ କମିଟି ଗଠନରେ ସ୍ୱର୍ଗତ ଧଳଙ୍କ ଭୂମିକା ଓ ଅଦ୍ୟାବଧି ବିଭିନ୍ନ ପଦପଦବୀରେ ରହି ଉନ୍ନୟନ କମିଟିକୁ ଆଗେଇନେବା ଓ ତାଙ୍କର ସମୟାନୁବର୍ତିତା ସର୍ମ୍ପକରେ ଆଲୋଚନା କରାଯିବା ସହ ଫଟୋଚିତ୍ରରେ ମାଲ୍ୟାପର୍ଣ କରାଯାଇଥିଲା । ଉନ୍ନୟନ କମିଟିର ସଭାପତି ବନମାଳୀ ଦାସ, ସମ୍ପାଦକ ଡକ୍ଟର ଦୈତାରୀ ଧଳ, ଉପସଭାପତି ସଦାନନ୍ଦ ସାମଲ, ଯୁଗ୍ମ ସମ୍ପାଦକ ନିତ୍ୟାନନ୍ଦ ପରିଡା, କୋୋଧ୍ୟକ୍ଷ ଆନନ୍ଦ କୁମାର ପାଲ, ବରିଷ୍ଠ ସଦସ୍ୟ ବୃନ୍ଦାବନ ସାହୁ, ପ୍ରତାପ ଚନ୍ଦ୍ର ଧଳ, ନିକୁଂଜ ବିହାରୀ ସାହୁ, ଭଗବାନ ସାହୁ, ଶରତ ଚନ୍ଦ୍ର ଧଳ, ବାସୁଦେବ ପରିଡା, ଗୋଲକ ଚନ୍ଦ୍ର ମାଝୀ, ପ୍ରଦୀପ ଧଳ, ଦିଲ୍ଲୀପ କୁମାର ଧଳ, ଗଦାଧର ଧଳ, ଶଙ୍ର୍କଷଣ ପରିଡା, ରାଜ କିଶୋର ମଲ୍ଲିକ, କୈଳାସ ଚନ୍ଦ୍ର ସାହୁ, ପ୍ରମୋଦ ସାହୁ, ବିଷ୍ଣୁ ଚରଣ ଧଳ, ନିରଂଜନ ପାଣିଗ୍ରାହୀ, ସନ୍ତୋଷ ଧଳ, ରମେଶ ସାହୁ ତାପସ ଧଳ, ଭବରଂଜନ ଧଳ, ଅନୁରୁଦ୍ଧ ସେଠୀ, ଅକ୍ଷୟ ଧଳ, ମାନସ ରଂଜନ ଧଳ ପ୍ରମୁଖ ଶ୍ରଦ୍ଧାଂଜଳୀ ସଭାରେ ଯୋଗଦେଇ ସ୍ୱର୍ଗତ ଧଳଙ୍କ ଅମରଆତ୍ମାର ସଦଗତି କାମନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ