ଏମଭି- ୨୬ ହିଂସାକାଣ୍ଡ : ଉଭୟ ପକ୍ଷଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଓ ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ
ମାଲକାନଗିରି, ୧୧ ଡିସେମ୍ବର (ହି.ସ.)- ଗୁରୁବାର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରିରେ ପହଂଚି ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ସହିତ ଏମଭି- ୨୬ ଗ୍ରାମରେ ଘଟିଥିବା ହିଂସାକାଣ୍ଡ ବାବଦରେ ଆଲୋଚନା କ
ଏମଭି- ୨୬ ହିଂସାକାଣ୍ଡ : ଉଭୟ ପକ୍ଷଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଓ ପରିସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ


ମାଲକାନଗିରି, ୧୧ ଡିସେମ୍ବର (ହି.ସ.)- ଗୁରୁବାର ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରିରେ ପହଂଚି ପ୍ରଥମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ସହିତ ଏମଭି- ୨୬ ଗ୍ରାମରେ ଘଟିଥିବା ହିଂସାକାଣ୍ଡ ବାବଦରେ ଆଲୋଚନା କରିଥିଲେ । ପରେ ଆଦିବାସୀ ସଂଘର କର୍ମକର୍ତାଙ୍କୁ ଡାକି ଜିଲ୍ଲାରେ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତେ ସହଯୋଗ କରିବାକୁ କହିଥିଲେ । ଏହି ଅବସରରେ ଆଦିବାସୀ ସଂଘ ୮ ଦଫା ସମ୍ବଳିତ ଦାବିପତ୍ର ଉପ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ମୃତ ଲାକେ ପଡିଆମିଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୩୦ ଲକ୍ଷ ଟଙ୍କା, ଜବତ ହୋଇଥିବା ତାଙ୍କ ସମସ୍ତ ଜମି ଫେରସ୍ତ କରିବା ସହ ପୂର୍ବରୁ ଆସିଥିବା ବଙ୍ଗୀୟ ସମାଜକୁ ଦିଆଯାଇଥିବା ଜମି ଛାଡି ଜବରଦସ୍ତ କବ୍ଚାରେ ରଖିଥିବା ସରକାରୀ ଜମିକୁ ସରକାରଙ୍କୁ ଫେରାଇବାକୁ ଦାବି କରାଯାଇଥିଲା । କୌଣସି ଆଦିବାସୀ କିମ୍ବା ସଂଘର ଲୋକଙ୍କୁ ଗିରଫ କରାନଯାଉ ବୋଲି ଆଦିବାସୀ ମହାସଂଘର ସଭାପତି ବନ୍ଧୁ ମୁଦୁଲି କହିଥିଲେ । ସେହିପରି ବଙ୍ଗୀୟ ସମାଜ ପକ୍ଷରୁ ସଭାପତି ଗୌରାଙ୍ଗ କର୍ମକାର କହିଥିଲେ ଯେ, ଆଗାମୀ ଦିନରେ ଯେପରି ଗ୍ରାମର କୌଣସି ଲୋକକୁ ଆକ୍ରମଣ କରାନଯାଏ ଏବଂ ଏମଭି-୨୬ ଗ୍ରାମର ଲୋକଙ୍କୁ କ୍ଷତିପୂରଣ ସହ ଧାନ କାଟିବା ଏବଂ ମଣ୍ଡିରେ ବିକ୍ରି ପର୍ଯ୍ୟନ୍ତ ସେମାନଙ୍କୁ ଖାଇବାକୁ ଦିଆଯାଉ, ଏହି ଘଟଣାରେ ସାମିଲ୍ ଥିବା ବ୍ୟକ୍ତିବିଶେଷଙ୍କୁ ନିୟମ ଅନୁଯାୟୀ ଦଣ୍ଡ ଦିଆଯାଉ ବୋଲି କହିଥିଲେ ।

ପରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ ସାମ୍ବାଦିକ ସମ୍ମିଳନୀରେ ଶାନ୍ତି ବୈଠକ ନେଇ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଦୁଇ ପକ୍ଷ ଶାନ୍ତି ଚାହୁଁଛନ୍ତି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande