ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ସହିତ କାନାରା ବ୍ୟାଙ୍କର ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର,୧୧ ଡିସେମ୍ବର (ହି.ସ.)- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଗୁରୁବାର ରେଳ କର୍ମଚାରୀଙ୍କ ଦରମା ଆକାଉଂଟ ପ୍ୟାକେଜ୍ ଅଧୀନରେ ଉନ୍ନତ ସୁବିଧା ପ୍ରଦାନ କରିବା ପାଇଁ କାନାରା ବ୍ୟାଙ୍କ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହି ବୁଝାମଣା ପତ୍ର କର୍ମଚାରୀ କଲ୍ୟାଣ ଏବଂ ଆର୍ôଥକ ସ
ିୁୀରୂବହରକ


ଭୁବନେଶ୍ୱର,୧୧ ଡିସେମ୍ବର (ହି.ସ.)- ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଗୁରୁବାର ରେଳ କର୍ମଚାରୀଙ୍କ ଦରମା ଆକାଉଂଟ ପ୍ୟାକେଜ୍ ଅଧୀନରେ ଉନ୍ନତ ସୁବିଧା ପ୍ରଦାନ କରିବା ପାଇଁ କାନାରା ବ୍ୟାଙ୍କ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହି ବୁଝାମଣା ପତ୍ର କର୍ମଚାରୀ କଲ୍ୟାଣ ଏବଂ ଆର୍ôଥକ ସୁବିଧାରେ ଉନ୍ନତି ଆଣିବା ପାଇଁ ସହାୟକ ହେବ ।

ଏହି ପଦକ୍ଷେପ କାନାରା ବ୍ୟାଙ୍କ ସର୍କଲ୍ ଅଫିସ, ଭୁବନେଶ୍ୱରର ମହାପ୍ରବନ୍ଧକ ସୁମନ ଚକ୍ରବର୍ତୀ ଏବଂ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର କାର୍ଯ୍ୟକାରୀ ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ପ୍ରମୋଦ ବେହେରା ଆନୁଷ୍ଠାନିକ ଭାବରେ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା)ପି.କେ. ବେହେରା ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି) ଶୁଭ୍ରଜ୍ୟୋତି ମଣ୍ଡଳଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । କାନାରା ବ୍ୟାଙ୍କର ବରିଷ୍ଠ ଅଧିକାରୀ ମାନଙ୍କ ମଧ୍ୟରେ ଅମ୍ବିକା ସିଂ, ସରତ ଚନ୍ଦ୍ର ଭୋଇ, ଟି ଅକିଲା, ଶୋଭମୟ ହାଲଦାର, ଶେଖ ମେହବୁବ, ଶ୍ରୀମତୀ ରୀତା ଦାସ, ଖଗେଶ୍ୱର ସାହୁ; ଶ୍ରୀମତୀ ସସ୍ମିତା ମହାପାତ୍ର, ସୁରଜ କୁମାର ଦତ୍ତ ଏବଂ ସୁଶ୍ରୀ ଆଦ୍ୟାଶା ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ରେଳବାଇ ସ୍ୱୀକୃତିପ୍ରାପ୍ତ ଟ୍ରେଡ୍ ୟୁନିଅନର ପ୍ରତିନିଧି ମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ମଣ୍ଡଳ ସଂଯୋଜକ ଏସ୍‌.କେ. ଭଞ୍ଜ, ପୂର୍ବତଟ ରେଳପଥ ଶ୍ରମିକ ୟୁନିୟନର ଅତିରିକ୍ତ ସାଧାରଣ ସମ୍ପାଦକ ଆର.କେ. ଦାସଙ୍କ ସହ ଏନ.କେ. ପରିଡା ଅଂଶ ଗ୍ରହଣ କରିଥିଲାବେଳେ ରେଳ କର୍ମଚାରୀ ଏବଂ ବ୍ୟାଙ୍କ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande