
କେନ୍ଦ୍ରାପଡ଼ା, ୧୧ ଡିସେମ୍ବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ରଘୁରାମ୍.ଆର୍.ଆଇ.ଆର୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିବହନ ଅଧିକାରୀ ଲୋକନାଥ ମେହେରଙ୍କ ପରିଚାଳନାରେ ଆୟୋଜିତ ଏହି କମିଟି ବୈଠକରେ ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡା ଏସଡିପିଓ ଜୈା୍ୟତିରଂଜନ ଗୈାଡ, ପୁର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷାର ବିଭିନ୍ନ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନାରେ ପୋଲିସ୍ ଏବଂ ଆର୍ଟିଓ ଦଳ ଦ୍ୱାରା ଅନଧିକୃତ ପାର୍କିଂ ଏବଂ ନିୟମିତ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରାଯାଇଛି। ତିନିମୁହାଣୀ ଠାରୁ କସୋଟୀ ପର୍ଯ୍ୟନ୍ତ ରସ୍ତାର ଦୁଇ ପାଶ୍ୱରେ ରଖା ଯାଇଥିବା ଗାଡି ଗୁଡିକୁ ହଟାଇବା, ସମ୍ବେଦନଶୀଳ ସ୍ଥାନରେ ସାଇନବୋର୍ଡ ଲଗାଇବା, ସ୍କୁଲ, କଲେଜ, ଚିକିତ୍ସାଳୟ ନିକଟେ ସାଇନବୋର୍ଡ ସ୍ଥାପନ କରିବା, ନଭେମ୍ବର ମାସ ଶେଷ ସୁଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ଦୁର୍ଘଟଣାର ସମୀକ୍ଷା କରାଯାଇ ଥିଲା। ଜାତୀୟ ରାଜ ପଥରେ ବେଆଇନ ଭାବରେ ଗାଡି ରଖିବା ଏବଂ ହମ୍ପସ୍ ନିର୍ମାଣ କରିବା ସଂପର୍କରେ ଆଲୋଚନା କରା ଯାଇଥିଲା। ପୈାର ପାଳିକା ଦ୍ୱାରା ବୁଲୁଥିବା ଗୋରୁଙ୍କ ପାଇଁ ଗୋଶାଳା ଓ ଆଶ୍ରୟସ୍ଥଳ ନିର୍ମାଣ, ୨୦୨୪-୨୦୨୫ ବର୍ଷ ପାଇଁ ସଡକ ସୁରକ୍ଷା ଦୁର୍ଘଟଣାର ମୃତ୍ୟୁହାର ଓ ତଥ୍ୟ ବିଶ୍ଲେଷଣ ଉପରେ ଆଲୋଚନା, ଦୁର୍ଘଟଣା ଏବଂ ସଡକ ସୁରକ୍ଷା ପାଇଁ ସହର ଭିତରେ ସିସିଟିଭି ନିରୀକ୍ଷଣ ମାଧ୍ୟମରେ ଚାଲାଣ ଜାରି କରିବା, ଦୁର୍ଘଟଣା ଓ ଦ୍ରୁତ ଗତିରେ ଗାଡି ଗୁଡିକୁ ନିୟନ୍ତ୍ରଣ କରିବା ଉପରେ ଆଲୋଚନା କରାଯାଇଥିଲା ହେଲମେଟ ଯାଂଚ କରିବା ଓ ମଟର ସାଇକଲେ ରେ ବେଆଇନ ଲଗା ଯାଇଥିବା ସାଇଲେନ୍ସର ପାଇପକୁ ଜବତ କରିବା ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇ ଥିଲା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହିତ ଜିଲ୍ଲା ବସ ଓ ହାଇୱା ମାଲିକ ସଂଘର କର୍ମକର୍ତା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି