
କୋରେଇ, ୧୧ ଡିସେମ୍ବର (ହି.ସ.)- ଦୀର୍ଘଦିନର ଦାବି ଓ ବହୁ ବାଦବିବାଦ ପରେ କୋରେଇ ବ୍ଲକ ଅନ୍ତର୍ଗତ ଗୋଳଇପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ପଂଚାୟତବାସୀଙ୍କ ସୁବିଧା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ଏକ ଶାଖା ଗ୍ରାହକ ସେବା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ପୂର୍ବରୁ ଏହି କେନ୍ଦ୍ର ପଂଚାୟତ ଠାରୁ ବହୁ ଦୂର ମସୁଦପୁର ଠାରେ ରହିଥିବା ବେଳେ ପଂଚାୟତର ବୃଦ୍ଧ ବୃଦ୍ଧାମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ବାଧ୍ୟ ହୋଇ ୫ କିଲୋମିଟର ଦୂର ପାଣିକୋଇଲି ସ୍ଥିତ ଏସବିଆଇ ଶାଖାକୁ ଯାଉଥିଲେ । ବର୍ତମାନ ଏହି ଗ୍ରାହକ ସେବା କେନ୍ଦ୍ରଟି ପଂଚାୟତ ପରିସରରେ ଉଦ୍ଘାଟିତ ହେବା ପରେ ପଂଚାୟତବାସୀଙ୍କ ସହ ବିଶେଷ କରି ବୃଦ୍ଧ ବୃଦ୍ଧା, ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଜନସାଧାରଣ ମାନେ ନିଜର ଟଙ୍କା ସହଜରେ କାରବାର କରିବା ସହ ଅନ୍ୟାନ୍ୟ ବ୍ୟାଙ୍କ ସେବା ସହଜରେ ପାଇପାରିବେ । ଏହି ଗ୍ରାହକ ସେବା କେନ୍ଦ୍ରକୁ ପାଣିକୋଇଲିସ୍ଥିତ ଏସବିଆଇର ଶାଖା ପରିଚାଳକ ମାନସ ରଂଜନ ବେହେରା ଉଦ୍ଘାଟନ କରିବା ସହ କାର୍ଯ୍ୟକ୍ରମରେ ଗୋଳେଇପୁର ସରପଂଚ ସସ୍ମିତା ମାଝୀ, ସମିତିସଭ୍ୟା ପୂର୍ଣ୍ଣିମା ମାଝୀ, ନାଏବ ସରପଂଚ ସେକ ହାସିମ, ପଂଚାୟତ ର୍ନିର୍ବାହୀ ଅଧିକାରୀ ମନମୋହନ ସାହୁ, ଏସିଏମ ମଜବୁର ରେହେମାନ ଲକ୍ଷ୍ମୀଧର କରଣ, ପ୍ରଫୁଲ୍ଲ ମାଝୀ, ଅନାମ ମହାପାତ୍ର, ଶାନ୍ତନୁ ପଣ୍ଡା, ରମେଶ ଦାସ, ଅରିକ୍ôଷତ ପାତ୍ର, ୱାର୍ଡ ସଭ୍ୟ କାଙ୍ଗାଳୀ ବେହେରା, ଗୋପାଳ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ