ଆସ ସ୍କୁଲ୍ ଯିବା ସଚେତନତା ଅଭିଯାନ
ଭଦ୍ରକ, ୧୧ ଡିସେମ୍ବର (ହି.ସ.)- ଭଦ୍ରକ ଜିଲା ବନ୍ତ ବ୍ଲକ ଅଧିନ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ଅଭିନବ ପ୍ରୟାସ ଆସ ସ୍କୁଲ ଯିବା କ୍ଲଷ୍ଟର ସ୍ତରୀୟ ସଚେତନତା ଅଭିଯାନ ଓ ଶିକ୍ଷା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାଧନକେନ୍ଦ୍ର ସଂଯୋଜକ ପ୍ରଦୀପ କୁମା
ASA SCHOOL JIBA PHOTO


ଭଦ୍ରକ, ୧୧ ଡିସେମ୍ବର (ହି.ସ.)- ଭଦ୍ରକ ଜିଲା ବନ୍ତ ବ୍ଲକ ଅଧିନ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଶା ସରକାରଙ୍କ ଅଭିନବ ପ୍ରୟାସ ଆସ ସ୍କୁଲ ଯିବା କ୍ଲଷ୍ଟର ସ୍ତରୀୟ ସଚେତନତା ଅଭିଯାନ ଓ ଶିକ୍ଷା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାଧନକେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ପଲାଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିମଳ କୁମାର ଦାସ ଉଦଘାଟନ କରିଥିଲେ । ସାଧନକେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ପଲାଇ ଆସ ସ୍କୁଲ ଯିବା ସଚେତନତା ଅଭିଯାନ ଓ ଶିକ୍ଷା ସଭାର ଆଭିମୁଖ୍ୟ ବିଷୟରେ କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ସମସ୍ତ ପ୍ରଧାନଶିକ୍ଷକ, ସହଶିକ୍ଷକ,ଏସଡିଏମ୍ କର୍ମକର୍ତା, ମୋ ସ୍କୁଲ୍ ଅଭିଯାନ ଆଲୁମିନି କମିଟି ସଭାପତିଙ୍କୁ ଅବଗତ କରିଥିଲେ । ସ୍କୁଲ୍ ବାହରେ ଥିବା ପିଲା, ଆଦୌ ବିଦ୍ୟାଳୟରେ ନାମ ଲେଖାଇ ନଥିବା ଯୁବକ ଯୁବତୀଙ୍କୁ ମୁଖ୍ୟ ସ୍ତ୍ରୋତରେ ସାମିଲ୍ କରିବାକୁ ସମସ୍ତେ ବଦ୍ଧ ପରିକର ହେବାକୁ ସ୍ଥିର ହୋଇଥିଲା । ଏହା ପରେ ସାଧନକେନ୍ଦ୍ର ସଂଯୋଜକ ପ୍ରଦ୍ୟୁମ୍ନ କୁମାର ପଲାଇ ଆପ୍ତିରା ୟୁଜିଏମଇ ସ୍କୁଲର ଶିକ୍ଷକମାନଙ୍କ ସହିତ ଏହି ବିଦ୍ୟାଳୟ ଅଧିନରେ ଥିବା ସମସ୍ତ ଡ୍ରପ୍ ଆଉଟ୍ ପିଲାଙ୍କ ଘରକୁ ଘର ଯାଇ ବୟସ ଯୋଗ୍ୟ ଶ୍ରେଣୀରେ ନାମ ଲେଖାଇବାକୁ ଅଭିଭାବକ ଓ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ମୋଟିଭେସନ କରିଥିଲେ । ପ୍ରକାଶଥାଉକି ଏପରି ପିଲା ମାନଙ୍କୁ ମୁଖ୍ୟ ସ୍ତ୍ରୋତରେ ସାମିଲ କରିବାକୁ ପ୍ରତି ବ୍ଲକରେ ଓଡିଶା ସରକାର ଷ୍ଟେଟ୍ ଇନଷ୍ଟିଚ୍ୟିଟ୍ ଅଫ୍ ଓପନ ସ୍କୁଲିଙ୍ଗ ଖୋଲିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande