ସମ୍ବଲପୁର ଲୋକ ମହୋତ୍ସବ ପ୍ରସ୍ତୁତି ବୈଠକ
ସମ୍ବଲପୁର, ୧୧ ଡିସେମ୍ବର(ହି.ସ.) –ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପରିସରରେ ସମ୍ବଲପୁର ଲୋକ ମହୋତ୍ସବ-୨୦୨୬ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଅଧ୍ୟକ୍ଷତା କରି ଗତ ବର୍ଷର ମହୋତ୍ସବ ଆୟୋଜନ ଅପେକ୍ଷା ଚଳିତ ବର୍ଷ ଭଲ ଭାବେ
ସମ୍ବଲପୁର ଲୋକ ମହୋତ୍ସବ  ପ୍ରସ୍ତୁତି ବୈଠକ


ସମ୍ବଲପୁର ଲୋକ ମହୋତ୍ସବ  ପ୍ରସ୍ତୁତି ବୈଠକ


ସମ୍ବଲପୁର, ୧୧ ଡିସେମ୍ବର(ହି.ସ.) –ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପରିସରରେ ସମ୍ବଲପୁର ଲୋକ ମହୋତ୍ସବ-୨୦୨୬ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଅଧ୍ୟକ୍ଷତା କରି ଗତ ବର୍ଷର ମହୋତ୍ସବ ଆୟୋଜନ ଅପେକ୍ଷା ଚଳିତ ବର୍ଷ ଭଲ ଭାବେ ଏହି ମହୋତ୍ସବକୁ ପରିଚାଳନା କରିବା ପାଇଁ ବିଭିନ୍ନ କମିଟିର ଆବାହକ ଓ ସହ- ଆବାହକମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ସେହିପରି ମହୋତ୍ସବର ମୁଖ୍ୟ ଆକର୍ଷଣ ସାଂସ୍କୃତିକ ଦଳ ଚୂଡାନ୍ତ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଆଜିର ଏହି ବୈଠକରେ ସଂଯୋଜକ ଦୀପକ କୁମାର ପଣ୍ଡା ସମସ୍ତଙ୍କୁ ଶୁଭେଚ୍ଛା ଓ ସ୍ୱାଗତ ଜଣାଇବା ସହ ପରସ୍ପର ମଧ୍ୟରେ ଉତମ ସମନ୍ୱୟ, ଶ୍ରଦ୍ଧା ଓ ସମ୍ମାନ ରଖି କାମ କଲେ 'ଲୋକ ମହୋତ୍ସବ' ସଫଳ ହେବ ବୋଲି କହିଥିଲେ। ଉପଦେଷ୍ଟା ମଣ୍ଡଳୀର ଫଣିଭୂଷଣ ମିଶ୍ର, ପ୍ରଫୁଲ୍ଲ ହୋତା, ମିଲନ ମହାରଣା, ସୁଧୀର ବହିଦାର ଓ ରାମଦାସ ପଣ୍ଡା ପ୍ରମୁଖ ମହୋତ୍ସବର ବିଭିନ୍ନ ଦିଗ ଓ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।

ନୋଡାଲ ଅଧିକାରୀ ତଥା ସମ୍ବଲପୁର ମହାନଗର ନିଗମ କମିଶନର ରେହାନ କ୍ଷତ୍ରି ଯୋଗଦେଇ ଏକ ହ୍ୱାଟସ୍ ଆପ୍ ଗ୍ରୁପ କରିବା ସହ ସୂଚନା ଓ ସମନ୍ୱୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ସାଂସ୍କୃତିକ ଅଧିକାରୀ ଅମୃତ ବେହେରା ବିଭିନ୍ନ ଉପସମିତି ଦାୟିତ୍ୱରେ ଥିବା ଅଧିକାରୀଙ୍କ ନାମ ଘୋଷଣା କରିଥିଲେ। ଆସନ୍ତା ୧୬ ତାରିଖ ସୁଦ୍ଧା ବିଭିନ୍ନ ଉପସମିତି ଆବାହକ ମାନେ ନିଜ ନିଜର ରୂପରେଖ ପ୍ରସ୍ତୁତ କରିବା ସହ ଆବଶ୍ୟକ ବଜେଟ୍ ସମ୍ପର୍କରେ ଜଣାଇବାକୁ ଦୃଷ୍ଟି ଆକର୍ଷଣ କରାଇଥିଲେ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଶୋକ ଭୋଇ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସୁଧାଂଶୁ ଭୋଇ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ ପାତ୍ର, ସଦର ଉପଜିଲ୍ଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ସମେତ ଲୋକ ମହୋତ୍ସବ-୨୦୨୬ର ବିଭିନ୍ନ ସମିତିର ଆବାହକ ଓ ଉପ- ଆବାହକମାନେ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଦେଇଥିଲେ । ସୂଚନାଯୋଗ୍ୟ, ଆଗାମୀ '୨୮ତମ ଲୋକ ମହୋତ୍ସବ' ସମ୍ବଲପୁର ସହରର ପିଏଚ୍‌ଡି ପଡିଆ ଠାରେ ଜାନୁଆରୀ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ସ୍ଥିର କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande