
ବଲାଙ୍ଗୀର, ୧୧ ଡିସେମ୍ବର(ହି.ସ.) – ଗୁଡଭେଲା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଦିବ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ବଂଟନ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ବିଇଓ ନମିତା ରାଣୀ ଭୋଇ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ, ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ପ୍ରତିଷ୍ଠାନର ସିଆର୍ସି ବଲାଙ୍ଗୀରର ଅଡିଓଲୋଜିଷ୍ଟ ଧରିତ୍ରୀ ଗଡତ୍ୟା, ଅନିଲ କୁମାର ନାୟକ ଓ ରାମ ପ୍ରସାଦ ମହାଲିଙ୍ଗ ଯୋଗ ଦେଇଥିଲେ। ଏହି ଅବସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଟିଏଲ୍ଏମ୍ କିଟ୍, ଶ୍ରବଣ ଯନ୍ତ୍ର, ହ୍ୱିଲ୍ ଚେୟାର, ସିପି ଚେୟାର ଆଦି ବଣ୍ଟନ କରିଥିଲେ ଓ ନୂତନ ଭାବେ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ପାଇଁ ଚିହ୍ନଟ କରା ଯାଇଥିଲା। ବିଆର୍ଟି ଜୁଲ୍ ଫିକର୍ ଖାନ୍, ଅଶୋକ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିଆରସିସି ଷଢାନନ ପ୍ରଧାନୀ ସଭା ସଂଚାଳନ କରିଥିଲେ। ରମେଶ ଚନ୍ଦ୍ର ଭୋଇ, ରମାକାନ୍ତ ମହାପାତ୍ର, ଟଙ୍କାଧର ସା, ଭୁକା ନନ୍ଦ ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ