
କେନ୍ଦ୍ରାପଡ଼ା, ୧୧ ଡିସେମ୍ବର(ହି.ସ.) – କେନ୍ଦ୍ରାପଡା ପୌରାଂଚଳ ଅଧୀନ ବଡ଼ହାଟ ଠାରେ ମାଣ୍ଡିଆ ଟିଫିନ ସେଣ୍ଟର ଉଦଘାଟିତ ହୋଇଯାଇଛି। ଟିଫିନ ସେଂଟରକୁ ପୌରାଧ୍ୟକ୍ଷା ସରିତା ସାହୁ ଉଦ୍ଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକ ଓ ନାରୀ ନେତ୍ରୀ ଗୀତାଞଳି ସେଠୀ, ସମାଜସେବୀ ଅଭିମନ୍ୟୁ ଗୋଛାୟତ, ଉପୀନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଲୋକମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖିବା ସହ, ମାଣ୍ଡିଆର ବହୁଳ ପଚାର ପ୍ରସାର ପାଇଁ ସରକାରୀ ସ୍ଥରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ, ଏବେ ସହର ତଥା ଗାଁରେ ମିଲେଟ ଟିଫିନ ସେଣ୍ଟର ଖୋଲାଯାଉଛି। ଯେଉଁଥିରେ ଅଚ୍ୟୁତାନନ୍ଦ ସ୍ୱୟଂ ସହାୟିକା ଗେଷ୍ଠୀ ମହିଳାମାନଙ୍କ ଦ୍ୱାରା ମାଣ୍ଡିଆରେ ତିଆରି ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟସବୁ ପ୍ରସ୍ତୁତ କରାଯାଉଛି। ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ କାଉନସିଲରଙ୍କ ସମେତ ଗ୍ରାମବାସୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି