ଭୀଷଣ ଶୀତ ପ୍ରକୋପରେ ସମଗ୍ର କନ୍ଧମାଳ:ଫୁଲବାଣୀ ରେ ତୁଷାରପାତ
Winter News from phulbani
ଭୀଷଣ ଶୀତ ପ୍ରକୋପରେ ସମଗ୍ର କନ୍ଧମାଳ:ଫୁଲବାଣୀ ରେ ତୁଷାରପାତ


କନ୍ଧମାଳ , ୧୧ ଡିସେମ୍ବର (ହି.ସ.) - କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି । ଦିନକୁ ଦିନ ପାରଦ ଖସୁଛି ଶୀତର ପ୍ରକୋପ ବଢୁଚି । ସାଧରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଜି ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ସାର୍ତାଗୁଡା ଗ୍ରାମରେ ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି । ସେଠାରେ ଥିବା ଏକ ଧାନ ଖଳା ରେ ଅମଳ ହୋଇଥିବା ଧାନ ଗଦାରେ ଆଜି ଭୀଷଣ ଶୀତର ପ୍ରକୋପ ରେ ବରଫର ଆସ୍ତରଣ ପଡିଥିବା ଦେଖିବାକୁ ମିଳିଛି । ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଂଚଳବାସୀଙ୍କ ଜୀବନ ଜୀବିକା ପ୍ରଭାବିତ କରିଛି। ଖରା ଆସିଲେ ମଧ୍ୟ ଦିନ ତମାମ ଶୀତର ପ୍ରକୋପ ରହୁଛି । ସଞ୍ଜ ନଇଁଲେ ତାପମାତ୍ରା ହ୍ରାସ ପାଉଛି ଥଣ୍ଡା ରାତି ତମାମ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ଅନୁଭୁତ ହେଉଛି । ଗ୍ରାମାଂଚଳରେ ରହୁଥିବା ଗ୍ରାମବାସୀ କାମକୁ ନ ଯାଇ ନିଆରା ସାହାରା ନେବାର ଦେଖିବାକୁ ମିଳିଛି । ସହର ବାସିନ୍ଦା ପ୍ରାତଃ ଭ୍ରମଣ କରିବା ସହ ଚାହା ସାହାରା ନେଇଛନ୍ତି । ଫୁଲବାଣୀରେ ଏ ବର୍ଷର ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ଦାରିଙ୍ଗିବାଡ଼ି ୭.୦ ଏବଂ ଘୁ. ଉଦୟଗିରିରେ ୪.୦ ତାପମାତ୍ରା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande