ବହୁମୁଖି ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ବିଶ୍ୱ ମାନବ ଅଧିକାର ଦିବସ ପାଳନ
ଗଞ୍ଜାମ, ୧୧ ଡିସେମ୍ବର (ହି.ସ.)- ବ୍ରହ୍ମପୁର ନିଳାଦ୍ରୀ ବିହାର ଦ୍ଵିତୀୟ ସାରଣୀସ୍ଥିତ ଏ. ଆଇ.ଏମ. ଅନ୍ତର୍ଜାତୀୟ ବିଦ୍ୟାଳୟରେ ବିଶ୍ୱ ମାନବ ଅଧିକାର ଦିବସ ଉପଲକ୍ଷେ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଆୟୋଜି
ବହୁ ମୁଖି ସମାଜ ମଙ୍ଗଳ ଅଧିକାରୀ


ଗଞ୍ଜାମ, ୧୧ ଡିସେମ୍ବର (ହି.ସ.)- ବ୍ରହ୍ମପୁର ନିଳାଦ୍ରୀ ବିହାର ଦ୍ଵିତୀୟ ସାରଣୀସ୍ଥିତ ଏ. ଆଇ.ଏମ. ଅନ୍ତର୍ଜାତୀୟ ବିଦ୍ୟାଳୟରେ ବିଶ୍ୱ ମାନବ ଅଧିକାର ଦିବସ ଉପଲକ୍ଷେ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା l ସଭାପତି ଶ୍ରୀ ପାତ୍ର ତାଙ୍କ ଅଭିବ୍ୟକ୍ତିରେ ଅଧିକାର ସହ କର୍ତ୍ତବ୍ୟ ବିଷୟରେ ସଚେତନ ରହିବାକୁ ଉପଦେଶ ଦେଇଥିଲେ l ଏହି ବିଶିଷ୍ଟ କାର୍ଯ୍ୟକ୍ରମରେ ଯୋଗଦେଇ ଲାୟନ୍ସ କ୍ଲବର ସଭାପତି ଲଷ୍ମୀକାନ୍ତ ତ୍ରିପାଠୀ, ସାଧାରଣ ସମ୍ପାଦକ ମହମଦ ଆସଲାମ, ବରିଷ୍ଠ ସଦସ୍ୟ ଶ୍ୟାମାସୁନ୍ଦର ଖାଡ଼ଙ୍ଗା, ସଦସ୍ୟ ଯୁବ ଆଇନଜୀବୀ ଲାଲବାହାଦୁର ପଟନାୟକ, ବିଶିଷ୍ଟ ସାମ୍ବାଦିକ ତଥା ଗାୟକ ସୁନିର ବିଶ୍ୱାସ, ଅଧ୍ୟକ୍ଷ ଅଫସନା ବେଗମ ଓ ଅଧ୍ୟାପିକା ରୁପ୍ସାନା ବେଗମ ନିଜ ନିଜର ବିଚାର ରଖିଥିଲେ l ମୁଖ୍ୟ ଅତିଥି ଏ. ଆଇ.ଏମ. ଅନ୍ତର୍ଜାତୀୟ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ନିର୍ଦେଶକ ଶ୍ରୀ ଅଲ୍ଟାଫ୍ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଅଠଚାଳିଶ ବର୍ଷ ପୁରାତନ ଅଗ୍ରଣୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ରର ଭୁୟସୀ ପ୍ରଶଂସା କରିଥିଲେ ଓ ଆଜିର ଦିବସର ତାପ୍ତର୍ଯ୍ୟ ବିଷୟରେ କହିଥିଲେ l

ଶେଷରେ ଉକ୍ତ ବିଦ୍ୟାଳୟର ମମତାଜ ସରିଫ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande