ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ
ଧର୍ମଶାଳା,୧୧ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଉଳି ପ୍ରାଥମିକ ବିଦ୍ୟାଳୟ ଓ ଗୋକର୍ଣେଶ୍ୱର ଉପ୍ରା ବିଦ୍ୟାଳୟର ମିଳିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି। ଦେଉଳି ପ୍ରାଥମିକ ବିଦ୍ୟାଳୟରେ ଉଭୟ ସ୍କୁଲ ପିଲାମାନଙ୍କ ପାଇଁ ହେବାକୁଥିବା ଏହି ପ୍ରତିଯୋଗିତାକୁ ବିଜ
ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ


ଧର୍ମଶାଳା,୧୧ଡିସେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଉଳି ପ୍ରାଥମିକ ବିଦ୍ୟାଳୟ ଓ ଗୋକର୍ଣେଶ୍ୱର ଉପ୍ରା ବିଦ୍ୟାଳୟର ମିଳିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି। ଦେଉଳି ପ୍ରାଥମିକ ବିଦ୍ୟାଳୟରେ ଉଭୟ ସ୍କୁଲ ପିଲାମାନଙ୍କ ପାଇଁ ହେବାକୁଥିବା ଏହି ପ୍ରତିଯୋଗିତାକୁ ବିଜେପି ଆରୁହା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ଯୁବ ସଙ୍ଗଠକ ରାଜେଶ ପାଳ, ଧର୍ମଶାଳା ବ୍ଲକ ପୁର୍ବତନ ବିଇଓ ନିକୁଞ୍ଜ ବିହାରୀ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ପୀତବାସ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦେଉଳି ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଦେବରାଜ ମିଶ୍ର, ଗୋକର୍ଣ୍ଣେଶ୍ୱର ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ସାହୁ, ସ୍କୁଲ କମିଟିର ସଦସ୍ୟ ଅଭୟ କୁମାର ରାଉତ, ପ୍ରଭୁଦତ ଜେନା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ। ସ୍କୁଲ ପିଲାମାନଙ୍କ ପାଠ ପଡା ସହିତ ଶାରିରିକ ଗଠାନ ପାଇଁ କ୍ରୀଡାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଦୁଇଦିନ ବ୍ୟପି ହେବାକୁଥିବା କ୍ରୀଡା ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ୫୦ ମିଟର, ୧୦୦ ମିଟର ଦୌଡ, ଲେମନ ରେଶ, ମ୍ୟୁଜିକ ସାଇକଲ, ପୁଚି ଆଦି ବିଭିନ୍ନ ପ୍ରକାର ଖେଳରେ ଅଂଶଗ୍ରହଣ କରିଛନ୍ତି। ଅନୁଷ୍ଠିତ କ୍ରୀଡା ପ୍ରତେଯାଗିତାର ବିଭିନ୍ନ ବର୍ଗ ଓ ବିଭିନ୍ନ ଖେଳରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା କ୍ରୀଡାବିତଙ୍କୁ ପ୍ରମାଣପତ୍ର ସହ ପୁରସ୍କୁତ କରାଯିବ।

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande