ଜେନିଥ ସ୍କୁଲରେ ବାର୍ଷିକ କ୍ରୀଡ଼ା
କେନ୍ଦ୍ରାପଡ଼ା, ୧୧ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସହର ଶ୍ରୀବଳଦେବଜୀଉ ନିକଟ ଶ୍ୟାମଗୁଡ଼ିଆସ୍ଥିତ ଜେନିଥ ଇଂଟରନାସନାଲ ସ୍କୁଲର ବାର୍ଷିକ କ୍ରୀଡା ବୁଧବାର ଉଦଯାପିତ ହୋଇଯାଇଛି। ମଙ୍ଗଳବାର ଏବଂ ବୁଧବାର ଦ୍ୱିଦିବସୀୟ ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଥଲେଟିକ ସଂଘର ସାଧାରଣସମ୍ପାଦକ , ତଥ
-----------ଜେନିଥ ସ୍କୁଲରେ ବାର୍ଷିକ କ୍ରୀଡା


କେନ୍ଦ୍ରାପଡ଼ା, ୧୧ ଡିସେମ୍ବର(ହି.ସ.) – କେନ୍ଦ୍ରାପଡ଼ା ସହର ଶ୍ରୀବଳଦେବଜୀଉ ନିକଟ ଶ୍ୟାମଗୁଡ଼ିଆସ୍ଥିତ ଜେନିଥ ଇଂଟରନାସନାଲ ସ୍କୁଲର ବାର୍ଷିକ କ୍ରୀଡା ବୁଧବାର ଉଦଯାପିତ ହୋଇଯାଇଛି। ମଙ୍ଗଳବାର ଏବଂ ବୁଧବାର ଦ୍ୱିଦିବସୀୟ ଏହି ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଥଲେଟିକ ସଂଘର ସାଧାରଣସମ୍ପାଦକ , ତଥା ଓଡ଼ିଶା ବାସ୍କେଟ ଏବଂ ଭଲିବଲ ସଂଘର ଉପସଭାପତିସଇଦ ଆକମଲ ଅଲି ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ମହିଳା କ୍ରୀଡ଼ାବିତ ରଶ୍ମିତା ପାତ୍ର ଯୋଗଦେଇଥିଲେ। ସ୍କୁଲର ଅଧ୍ୟକ୍ଷ ଡ଼ ଚନ୍ଦ୍ରକାନ୍ତ ନାୟକ ସଭା ପରିଚାଳନା କରିଥିଲେ। ଶିକ୍ଷକ ରାକେଶ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ। ଗାୟତ୍ରୀ ପାତ୍ର, ସାଜେଦା ତବସୁମ, ଶାଶ୍ୱତୀ ସୁଚରିତା ମହାପାତ୍ର,ଲିପ୍ସା ବେହେରା, ସଂଘମିତ୍ରା ମିଶ୍ର, ତୁଳସୀ ସକ୍ଷଣ୍ଡେଲ, ସ୍ୱସ୍ତି ସ୍ମରଣିକା ଦାସ, କାଂଚନବାଳା ସାହୁ, ସୁଭଦର୍ଶିନୀ ପଣ୍ଡା, ନିବେଦିତା ବେହୁରା, ଶୁଭଶ୍ରୀ ରାଉତ, ଜୟନ୍ତ ସାହୁ, ପ୍ରେମାନନ୍ଦ ଜେନା,ମୋନାଲିସା ପରିଡା, ମୋନାଲିସା ଲେଙ୍କା, ଅନୁସୂୟା ରଥ, ବନିତା ପାତ୍ର, ଭବାନୀ ଶଙ୍କର ଜେନା,ଯଯାତି ଷଡ଼ଙ୍ଗୀ,କବିତା ପ୍ରଧାନ ପ୍ରମୁଖ କ୍ରୀଡା ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ। ଉପକନିଷ୍ଠ, କନିଷ୍ଠ, ମଧ୍ୟମ ଏବଂ ବରିଷ୍ଠ ବାଳକ ଏବଂ ବାଳିକା ବର୍ଗରେ ବିଭକ୍ତ ପ୍ରାୟ ୨ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଏବଂ ମେଡାଲ ପ୍ରଦାନ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande